BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

Jul 22, 2026 - 10:16
BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ ମୁଖ୍ୟତଃ ବୋଲର୍‌ ଏବଂ ଉଇକେଟ୍‌ କିପରମାନଙ୍କ ଉପରେ ପଡ଼ିବ। ସବୁଠାରୁ ବଡ଼ ନିଷ୍ପତ୍ତି ସେହି ବୋଲର୍‌ ମାନଙ୍କୁ ନେଇ ନିଆଯାଇଛି ଯେଉଁମାନେ ଜାଣିଶୁଣି ନୋ-ବଲ ପକାନ୍ତି। ଏବେ ଏପରି କଲେ ବୋଲରଙ୍କୁ ସମଗ୍ର ମ୍ୟାଚ ପାଇଁ ବାସନ୍ଦ କରାଯିବ। ଏହାବ୍ୟତୀତ, ମଲ୍ଟି-ଡେ ମୁକାବିଲାରେ ଦିନର ଶେଷ ଓଭରକୁ ନେଇ ମଧ୍ୟ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବିସିସିଆଇ ଏହି ସଂଶୋଧିତ ନିୟମଗୁଡ଼ିକର ସୂଚନା ସମସ୍ତ ରାଜ୍ୟ କ୍ରିକେଟ ସଂଘକୁ ପଠାଇ ଦେଇଛି।

ବିସିସିଆଇର ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବୋଲର ଜାଣିଶୁଣି ଫ୍ରଣ୍ଟ-ଫୁଟ ନୋ-ବଲ ପକାନ୍ତି, ତେବେ ତାଙ୍କୁ କେବଳ ସେହି ପାଳିରୁ ନୁହେଁ, ବରଂ ସମଗ୍ର ମ୍ୟାଚରୁ ବାହାର କରାଯିବ। ପୂର୍ବରୁ ଏପରି ମାମଲାରେ ବୋଲରଙ୍କୁ କେବଳ ସେହି ପାଳିରେ ବୋଲିଂ କରିବାରୁ ବାରଣ କରାଯାଉଥିଲା, କିନ୍ତୁ ସେ ଦ୍ୱିତୀୟ ପାଳିରେ ବୋଲିଂ କରିପାରୁଥିଲେ।

କିନ୍ତୁ ଏବେ ଏଭଳି ଭୁଲ କଲେ ବୋଲରଙ୍କୁ ସମଗ୍ର ମ୍ୟାଚରୁ ବାହାର କରିଦିଆଯିବ। ଏହାସହ ବୋଲର ଜାଣିଶୁଣି ଫ୍ରଣ୍ଟ-ଫୁଟ ନୋ-ବଲ ପକାଇଛନ୍ତି କି ନାହିଁ, ସେନେଇ ମଇଦାନରେ ଉପସ୍ଥିତ ଅମ୍ପାୟାର ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।