୫୯ ନଂ ଜାତୀୟ ରାଜପଥରେ ମାଳମାଳ ଗାଈ-ଛେଳି, ଟ୍ରାଫିକ ସମସ୍ୟା ସହ ବଢୁଛି ଦୁର୍ଘଟଣା

Jul 06, 2026 - 14:19
୫୯ ନଂ ଜାତୀୟ ରାଜପଥରେ ମାଳମାଳ ଗାଈ-ଛେଳି, ଟ୍ରାଫିକ ସମସ୍ୟା ସହ ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି,୬ା୭(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଗାଈ, ବଳଦ ଛେଳିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଲଗାଣ ବର୍ଷା କାରଣରୁ ଚାରିଆଡେ ପାଣି ଓ କାଦୁଅ ଥିବାରୁ ଅଧିକା ଗାଈ, ବଳଦ ରାଜପଥ ଉପରେ ଶୋଉଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି ।

ବାଲିଗୁଡା ଠାରୁ ଦାରିଙ୍ଗବାଡି ପ୍ରାୟ ୫୦କିମି ଦୂରତା ମଧ୍ୟରେ ରହିଥିବା ଗାଁ ଗୁଡିକରେ ବୁଲା ଗାଈ ଓ ବଳଦ ସହ ଛେଳି ମଧ୍ୟ ରାଜପଥ ଉପରେ ହିଁ ଦିନରାତି ରହୁଥିବା ଓ ଯାତ୍ରୀଙ୍କ ସମସ୍ୟା ବୃଦ୍ଧି ହେଉଥିବା ଅଭିଯୋଗ ହେଉଛି । ପ୍ରତିଦିନ ରାଜପଥ ଉପରେ ଶହ ଶହ ବିଭିନ୍ନ ପ୍ରକାର ଯାନ ତଥା ଯାତ୍ରୀବାହୀ ବସ ସମେତ ଟ୍ରକ, ଅଟୋ, ବାଇକ, ଟ୍ୟାକ୍ସି ଆଦି ଯାତାୟାତ କରୁଥିବା ବେଳେ ରାଜପଥର ପ୍ରତି ୩ ରୁ ୪ କିମି ମଧ୍ୟରେ ଏଭଳି ଗାଈ, ବଳଦଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏଥିପ୍ରତି ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ଗାଈ, ବଳଦ ମାଲିକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।