୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

Jul 23, 2026 - 13:25
୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପୂର୍ବ ଚାଇନାର ଜଣେ ବ୍ୟକ୍ତିଙ୍କ ସହିତ ଠିକ୍‌ ଏହିପରି ଘଟିଛି। ଯିଏ ନୂଆ ଜୀବନ ପାଇଛନ୍ତି।

ପୂର୍ବ ଚାଇନାର ୪୦ ବୟସର ଜଣେ ବକ୍ତି ଛାତିରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହା ପରେ ସେ ଝେଜିୟାଙ୍ଗ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍‌ ମେଡିସିନର ଦ୍ୱିତୀୟ ଆଫିଲିଏଟେଡ୍‌ ହସ୍ପିଟାଲକୁ ଯାଇଥିଲେ। ପ୍ରାରମ୍ଭରେ ଏହା ଏକ ସାଧାରଣ ସମସ୍ୟା ପରି ମନେ ହେଉଥିଲା, କିନ୍ତୁ ତାଙ୍କ ଅବସ୍ଥା ହଠାତ୍‌ ଖରାପ ହୋଇଗଲା। ହାର୍ଟ୍‌ ଏବଂ ନିଃଶ୍ୱାସ ଉଭୟ ଏକ ସଙ୍ଗେ କାମ କରିବା ବନ୍ଦ କରିଦେଲେ। ଶରୀରର ଯେଉଁ ଦୁଇଟି ଜିନିଷ ଜଣେ ବ୍ୟକ୍ତିଙ୍କୁ ଜୀବିତ ରଖେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା।

ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କଲେ। ତାଙ୍କ ହାର୍ଟକୁ ଅନେକ ଚାପ ଦେଲେ। କିନ୍ତୁ ସେମାନଙ୍କର କୌଣସି ପ୍ରଭାବ ପଡ଼ିଲା ନାହିଁ। ସବୁ ପଦ୍ଧତି ବିଫଳ ହେଲା। କିନ୍ତୁ ଡାକ୍ତରମାନେ ହାର ମାନି ନ ଥିଲେ। ସେମାନେ ତାଙ୍କୁ ଏକ ମେଶିନ ସହିତ ସଂଯୋଗ କଲେ। ଯାହା ହାର୍ଟ ଏବଂ ଫୁସଫୁସ୍‌ର କାର୍ଯ୍ୟ କରିପାରିବ। ଏହି ସିଷ୍ଟମ ଶରୀରରୁ ରକ୍ତ ବାହାର କରେ, ଅପରିଷ୍କାର ପଦାର୍ଥ ବାହାର କରେ, ଅମ୍ଳଜାନ ଯୋଗାଏ ଏବଂ ତା’ପରେ ଶରୀରକୁ ଫେରାଇ ଆଣେ। ଏହା ସହିତ, ଆଉ ଏକ ଡିଭାଇସ୍‌ ପ୍ରତିରୋପଣ କରାଯାଇଥିଲା। ଯାହା ହାର୍ଟ୍‌ ଉପରେ ଚାପ କମାଇବା ଏବଂ ରକ୍ତ ପ୍ରବାହ ବଜାୟ ରଖିବାରେ ସାହାଯ୍ୟ କରେ।

What's at the 'heart' of a heartbeat?

ପ୍ରାୟ ଦୁଇ ଦିନ ଧରି ବ୍ୟକ୍ତି ଏହି ମେଶିନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ତାଙ୍କର କୌଣସି ହୃଦ୍‌ସ୍ପନ୍ଦନ ନ ଥିଲା। ପ୍ରତ୍ୟେକ ମୁହୂର୍ତ୍ତ ଡାକ୍ତରମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା। କାରଣ ଏତେ ଦିନ ଧରି ବନ୍ଦ ହୋଇଯାଇଥିବା ହାର୍ଟ ବା ହୃତପିଣ୍ଡ ସାଧାରଣତଃ ସୁସ୍ଥ ହେବାର ଆଶାକୁ ପ୍ରାୟ ଶେଷ କରିଦିଏ। ତା’ପରେ ଏକ ମୁହୂର୍ତ୍ତ ଆସିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ୪୦ ଘଣ୍ଟାରୁ ଅଧିକ ସମୟ ପରେ, ତାଙ୍କ ହାର୍ଟ୍‌ ପୁଣି କାମ କରିବା ଆରମ୍ଭ କଲା। ଧିରେ ଧିରେ, ତାଙ୍କ ହୃଦ୍‌ସ୍ପନ୍ଦନ ସ୍ବାଭାବିକ ହୋଇଗଲା ଏବଂ ତାଙ୍କ ଶରୀର ପ୍ରତିକ୍ରିୟା କରିବା ଆରମ୍ଭ କଲା। ଏହା କୌଣସି ଚମତ୍କାରଠାରୁ କମ ନ ଥିଲା।

Chinese man in his 40s wakes up 40 hours after having no heartbeat following cardiac arrest | South China Morning Post

ପ୍ରାୟ ତିନି ସପ୍ତାହର ଚିକିତ୍ସା ପରେ ବ୍ୟକ୍ତି ନିଜେ ଚାଲିଚାଲି ହସ୍ପିଟାଲରୁ ବାହାରି ଆସିଲେ। ତଦନ୍ତରୁ ଜଣାପ ଯେ, ତାଙ୍କର ହୃଦୟ ମାଂସପେଶୀରେ ଏକ ଗମ୍ଭୀର ପ୍ରଦାହ ହୋଇଥିଲା, ଯାହା ହାର୍ଟ୍‌କୁ ଦ୍ରୁତଗତିରେ ପ୍ରଭାବିତ କରିପାରେ। ସମୟୋଚିତ ଚିକିତ୍ସା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଡାକ୍ତରଙ୍କ ନିରନ୍ତର ପ୍ରୟାସ ତାଙ୍କୁ ଜୀବନର ଏକ ନୂଆ ସୁଯୋଗ ଦେଇଥିଲା। ଏହି ଘଟଣା ଏକ କଥା ମନେ ପକାଇ ଦିଏ ଯେ, ଚିକିତ୍ସା ବିଜ୍ଞାନ ଏବଂ ମାନବୀୟ ଦୃଢ଼ ନିଷ୍ପତ୍ତି ଅସମ୍ଭବକୁ ସମ୍ଭବ କରିପାରେ। କେତେକ ସମୟରେ, ଯେଉଁଠାରେ ସବୁକିଛି ହଜିଯାଇଥିବା ପରି ମନେହୁଏ, ପୁଣି ଆଶା ଫେରି ଆସେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।