ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

Jul 27, 2026 - 18:42
ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।

ସୂଚନା ଅନୁଯାୟୀ, ସ୍କୁଲର ଏକ କୋଠରୀରେ ଚାଉଳ, କାଠ ଆଦି ଜିନିଷ ରଖାଯାଇଥିଲା। ସୋମବାର ପୂର୍ବାହ୍ନ ୧୧ ଟାରେ ସ୍କୁଲର ମଧ୍ୟାହ୍ନ ଭୋଜନ ପାଚିକା ଗୀତା ଖଡିଆ କାଠ ଆଣିବାକୁ ସ୍କୁଲ କୋଠରୀ ଖୋଲିଥିଲେ।

ଏହି ସମୟରେ ସେ ଗୋଟିଏ ନାଗ ଓ ଢମଣା ସାପ ଦେଖି ପ୍ରଧାନ ଶିକ୍ଷୟିତ୍ରୀ ଅନିତା ରାଣୀ ମିଶ୍ରଙ୍କୁ ଜଣାଇବା ପରେ ସେ ଅଞ୍ଚଳର ସାପ ଧରାଳି ମହେନ୍ଦ୍ର ନାଏକଙ୍କୁ ସୂଚନା ଦେଇଥିଲେ। ମହେନ୍ଦ୍ର ସାପ ୨ଟିକୁ ଧରି ଜଙ୍ଗଲରେ ଛାଡିଥିବା ଜଣାପଡିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।