ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

Jun 25, 2026 - 13:13
ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଜାତା ଦଳରେ ମିଶିବା ପରେ ନବୀନ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ୱ ନେବି। ସୁଜାତା କେବଳ ଦଳର ଜଣେ କର୍ମୀ ଭାବରେ କାମ କରିବେ।

ଅନ୍ୟପକ୍ଷରେ ସୁଜାତା ବିଜେଡିରେ ମିଶିବା ପରେ କହିଛନ୍ତି, ମୁଁ ନବୀନବାବୁଙ୍କ ନେତୃତ୍ୱରେ ରାଜ୍ୟବାସୀଙ୍କ ପାଇଁ କାମ କରିବି।

ସୂଚନା ଥାଉକି, ମିଶନ୍ ଶକ୍ତିର ମୁଖ୍ୟ ଭୂମିକା ଗ୍ରହଣ କରି ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରସାରିତ କରିଥିଲେ ସୁଜାତା(୭୦ ଲକ୍ଷରୁ ଅଧିକ ମହିଳା ଉପକୃତ)। ମହିଳା ଓ ଶିଶୁ ବିକାଶ, ବିତ୍ତ ବିଭାଗ ଆଦିରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିଥିଲେ। ୨୦୨୫ ମାର୍ଚ୍ଚରେ ଭଲ୍ୟୁଣ୍ଟାରୀ  ରିଟାୟାରମେଣ୍ଟ୍ (VRS) ନେଇଥିଲେ ସୁଜାତା।

Dharitri – Odisha’s No.1 Odia Daily