ସିଚେଲ୍ସକୁ ପାଟ୍ରୋଲ ଜାହାଜ ଦେଲେ ମୋଦି

Jun 28, 2026 - 08:03
ସିଚେଲ୍ସକୁ ପାଟ୍ରୋଲ ଜାହାଜ ଦେଲେ ମୋଦି

ଭିକ୍ଟୋରିଆ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିିଆ ସିଚେଲ୍ସ ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚତ୍ଥିବାବେଳେ ଏହାର ତଟସୁରକ୍ଷା ପାଇଁ ଭାରତ ନିର୍ମିତ ପାଟ୍ରୋଲ ଜାହାଜ ହସ୍ତାନ୍ତର କରିଛନ୍ତି। ସିଚେଲ୍ସର ସାମୁଦ୍ରିକ ସୁରକ୍ଷା କ୍ଷମତା ବଢ଼ାଇବା ପାଇଁ ନୂଆଦିଲ୍ଲୀ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସିଚେଲ୍ସ ତଟସୁରକ୍ଷା ବାହିନୀକୁ ଫାଷ୍ଟ ପାଟ୍ରୋଲ ଜାହାଜ ପ୍ରଦାନ ଦୁଇ ଦେଶର ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା ଭାଗୀଦାରିତା ବଢ଼ାଇବା ଦିଗରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ମୋଦି xରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସିଚେଲ୍ସ ରାଷ୍ଟ୍ରପତି ପାଟ୍ରିକ ହେରମିନିଙ୍କ ସହ ଆଲୋଚନା କରିବା ସହ ଦେଶର ଜାତୀୟ ଦିବସ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

Dharitri – Odisha’s No.1 Odia Daily