ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…
ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେବା ପରେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
ଧନୁର୍ଜୟପୁର ଜଙ୍ଗଲ ଭିତରେ କଣ୍ଟେନର ରଖି ମଦ ଦୋକାନ ଖୋଲାଯାଉଥିବା ଖବର ପାଇ ଧନୁର୍ଜୟପୁର, ବାଉଁଶୁଳି, ବାରଡାଙ୍ଗୁଆ, ଗୋଡ଼ିପୋଖରୀ ସମେତ ବିଭିନ୍ନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଜଙ୍ଗଲ ଅଞ୍ଚଳରେ ମଦ ଦୋକାନ ଖୋଲିଲେ ସାମାଜିକ ପରିବେଶ ନଷ୍ଟ ହେବା ସହ ମହିଳା ଓ ଯୁବପିଢ଼ିଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁସାରେ, ଦୀର୍ଘଦିନ ଧରି ସେମାନେ ଉକ୍ତ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ବିରୋଧ କରିଆସୁଛନ୍ତି। ତଥାପି ପ୍ରଶାସନ ଏହାକୁ କାର୍ଯ୍ୟକାରୀ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।