ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି
ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ ବା ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ପାଚେରି ଭୁଶୁଡ଼ି ଯାଇଛି। ଶୁକ୍ରବାର ଦ୍ୱିପହରରୁ ଲଗାଣ ବର୍ଷା ଲାଗିରହିଛି। ଯାହା ଫଳରେ ଶନିବାର ପୂର୍ବାହ୍ନରେ ଉକ୍ତ କାର୍ଯ୍ୟାଳୟର ପାଚେରି ଭାଙ୍ଗି ଯାଇଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ପାର୍ଶରେ ନୂତନ ଭାବେ ନାଳ ନିର୍ମାଣ ନିମନ୍ତେ ଖୋଳା ଯାଇଥିବା କାରଣରୁ ମାଟି ଦବି ପାଚେରି ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। ତେବେ ଭିଜିଲାନ୍ସ କାର୍ଯ୍ୟାଳୟ ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ଗୋଟେ ଏବଂ ଏହାକୁ ଅତି ଶୀଘ୍ର ପୁନଃ ନିର୍ମାଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
The post ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି appeared first on Dharitri Odia News.