ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…
ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ । ଏହା ପୂର୍ବରୁ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ GenZଙ୍କୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ଏହା ୨୪ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଭିଡିଓ ବାର୍ତ୍ତା, ଯେଉଁଥିରେ ସେ ଗୁରୁବାର ସେୟାର କରିଥିବା ଭିଡିଓର ପ୍ରତିକ୍ରିୟା ପାଇଁ ଜନସାଧାରଣଙ୍କୁ ଏବଂ ବିଶେଷକରି GenZଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଭିଡିଓ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ଏହା ଉଲ୍ଲେଖନୀୟ ଯେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଜାରି କରାଯାଇଥିବା ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଭିଡିଓଟି ୨୪ ଘଣ୍ଟା ମଧ୍ୟରେ ୩୦କୋଟି ଲୋକ ଦେଖିଛନ୍ତି । ଯାହା ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ବିଶେଷକରି, ସେହି ସମୟସୀମା ମଧ୍ୟରେ ଭିଡିଓଟି ଇନଷ୍ଟାଗ୍ରାମରେ ୩୦୩ ମିଲିୟନ ଭ୍ୟୁଜ ଆସିଛି । ଏହା ପୂର୍ବର ବିଶ୍ବ ରେକର୍ଡ ୩୦୦ ମିଲିୟନ ରହିଥିଲା । Streamer IShowSpeed ଏହି ରେକର୍ଡ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁବାର ଭିଡିଓକୁ ୩୨୨ ମିଲିୟନ ଲୋକ ଦେଖିଛନ୍ତି ।
ଏହା ଉଲ୍ଲେଖନୀୟ ଯେ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଦେଶର GenZଙ୍କ ସହିତ ଆଲୋଚନା କରିଥିଲେ । ପୁଣି ଥରେ ସେହି ମାଧ୍ୟମକୁ ବାଛିଥିଲେ ଯେଉଁଠାରେ ଆଜିର ଯୁବପିଢ଼ି ସବୁଠାରୁ ଅଧିକ ସକ୍ରିୟ ଏବଂ ସ୍କ୍ରୋଲିଂରେ ସମୟ ବିତାଉଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୧ଟାରେ, ସେ ଇନଷ୍ଟାଗ୍ରାମରେ ଏହି ଦ୍ୱିତୀୟ ଭିଡିଓକୁ ପ୍ରକୃତ GenZ ଶୈଳୀରେ ସେୟାର କରିଥିଲେ । ପୂର୍ବ ଦିନ ସେୟାର କରାଯାଇଥିବା ଭିଡିଓରେ ମିଳିଥିବା ପ୍ରତିକ୍ରିୟା ଏବଂ ସକାରାତ୍ମକ ପରାମର୍ଶ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।