ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ୨ ଦାବି ଏବେ ବି ବାକି ଥିବା କହି CJP…
ନୂଆଦିଲ୍ଲୀ,୨୫ା୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ୍ ଦୀପ୍କେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ କାହାକୁ ଡରିବାର ନାହିଁ, ସ୍ବର ଉଠିଲେ ସମସ୍ତେ ଲାଇନ୍ରେ ରହିବେ। ଧର୍ମେନ୍ଦ୍ରଙ୍କ ଇସ୍ତଫା ଦ୍ୱାରା ଆମର ଗୋଟିଏ ଦାବି ପୂରଣ ହୋଇଛି। ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ଦୁଇଟି ଦାବି ସରକାରଙ୍କୁ ପୂରଣ କରିବାକୁ ହେବ। ଆତ୍ମହତ୍ୟା କରିଥିବା ଶିକ୍ଷାର୍ଥୀଙ୍କ ପରିବାରକୁ ୧ କୋଟି ଲେଖାଏ ସହାୟତା ଦେବା ସହ ଜୁଲାଇ ୨୦ରେ ମାଡ଼ ମାରିଥିବା ପୋଲିସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆମର ଦାବି ରହିଥିବା ଅଭିଜିତ୍ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।