ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

Aug 01, 2026 - 23:14
ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ୨ ଏମ୍‌ପିଙ୍କ ବିରୋଧରେ ମାମଲା ରୁଜୁ କରିଛି। କେତେଜଣ ସନ୍ଥ କୋଟଓ୍ବାଲି ଥାନାରେ ଦାଏର କରିଥିବା ଅଭିଯୋଗକୁ ଭିତ୍ତି କରି ରାହୁଲଙ୍କ ସମେତ ପପୁ ଯାଦବ ଏବଂ ଅଓ୍ବଧେଶ ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କାଶୀ ଜୋନ୍‌ ଡିସିପି ଗୌରବ ବନସ୍ବାଲ କହିଛନ୍ତି।

ପପୁ ଯାଦବ ବିହାର ପୂର୍ଣ୍ଣିଆ ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଏମ୍‌ପି ଥିବାବେଳେ ଅଓ୍ବଧେଶ ଉତ୍ତରପ୍ରଦେଶ ଫୈଜାବାଦରୁ ସମାଜବାଦୀ ପାର୍ଟି ଏମ୍‌ପି ଅଛନ୍ତି। ପପୁ ପାର୍ଲାମେଣ୍ଟ ପରିସରରେ ଭଗବାନ ରାମ ଓ ସନାତନ ଧର୍ମକୁ ଯେଭଳି ଅପମାନିତ କରିଛନ୍ତି, ତାହା ଅକ୍ଷମଣୀୟ ବୋଲି ଜଗଦ୍‌ଗୁରୁ ବାଲକ ଦାସ କହିଛନ୍ତି।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।