ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

Jul 20, 2026 - 16:30
ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope
ମେଷ
ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର ସାମ୍ନା କରିବା ପରେ। ବାଣିଜ୍ୟ, ବ୍ୟବସାୟିକ ଦିଗଟି ବେଶ୍‍ ଭଲ ରହିବା ସାଙ୍ଗକୁ ପରିବହନ ମଧ୍ୟ ସନ୍ତୋଷଜନକ ରହିବ ।
ବୃଷ
ବୃଷ
ଶୁକ୍ର ସ୍ବନକ୍ଷତ୍ରସ୍ଥ ହେତୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ସତର୍କ ରହିବା ଭଲ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ମୂଲ୍ୟବାନ୍‍ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ପ୍ରାଧାନ୍ୟ ହରାଇ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମିଥୁନ
ମିଥୁନ
ସ୍ବଗୃହରେ ବୁଧ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିର ଲକ୍ଷ୍ୟରେ ଅସଫଳ ହେବେନାହିଁ। ବିବାଦୀୟ ପରିସ୍ଥିତି ଲାଗି ରହିବା ହେତୁ ମାନସିକ ସ୍ଥିତି ଠିକ୍‍ ରହି ନ ପାରେ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ।
କର୍କଟ
କର୍କଟ
କର୍ମାଧିପତି ଲାଭଭାବସ୍ଥ ହେତୁ ଆନୁଷ୍ଠାନିକ କାମରେ ବ୍ୟସ୍ତରହିବା ସହ ଦୂରଯାତ୍ରା କରିପାରନ୍ତି। ରବି ଓ ବୃହସ୍ପତିଙ୍କ ସଂଯୋଗଜନିତ ଆଜି ପାଇବେ ଯେତିକି ତାଠାରୁ ଅଧିକ କିଛି ହରାଇବାକୁ ପଡ଼ିପାରେ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ପରିବାରର ଆର୍ଥିକ ଅବନତିର ସମୀକ୍ଷାକରି ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ରାଶିରେ ଶୁକ୍ର ସହ କେତୁଙ୍କ ସଂଯୋଗ ପ୍ରଭାବରୁ ବନ୍ଧୁମାନଙ୍କ ସଙ୍ଗେ ପୂର୍ବସ୍ଥିରୀକୃତ ଯାତ୍ରା ଓ କାମରେ ବ୍ୟସ୍ତ ରହିବେ। ବୃହସ୍ପତିଙ୍କ ପ୍ରଭାବରୁ ଉନ୍ନତ ଚିନ୍ତା ସାଙ୍ଗକୁ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ତପତ୍ରତା ପ୍ରକାଶ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ।
କନ୍ୟା
ଆଜି ଧନଭାବକୁ ମଙ୍ଗଳଙ୍କ ଦୃଷ୍ଟି ଧନହାନି ସହ କଳହର ସୂଚନାକୁ ଏଡ଼ିହେବନାହିଁ। ଅର୍ଥନୈତିକ ଅଭିବୃଦ୍ଧି ସହ ସଭାସମିତି, କ୍ରୀଡ଼ା, ସଙ୍ଗୀତ, କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶନିଙ୍କ ଦୃଷ୍ଟି ଚନ୍ଦ୍ର ଉପରେ ପଡୁଥିବାରୁ ମାନସିକ ସ୍ବାସ୍ଥ୍ୟହାନି ସହ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ତୁଳା
ତୁଳା
ଆଜିର ଦିନଟି ବନ୍ଧୁଗହଣରେ ବେଶ୍‍ ଉପଭୋଗ୍ୟ ହେବ ଏବଂ ମନ ଅନୁଯାୟୀ କାମ ମଧ୍ୟ କରିପାରିବେ। କର୍ମସ୍ଥ ରବି ଓ ବୃହସ୍ପତିଙ୍କ ଯୋଗୁ କୌଣସି କାମ ଅସାଧ୍ୟ ରହିବ ନାହିଁ , କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହୋଇଯାଇପାରେ। ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ଆଶଙ୍କା ରହିଛି।
ବିଛା
ବିଛା
ଭାଗ୍ୟାଧିପତି ଏକାଦଶସ୍ଥ ଯୋଗୁ ଆଜି ଯାହା ଚିନ୍ତାକରିବେ କିମ୍ବା ଯେଉଁ କାମରେ ହାତଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। କିନ୍ତୁ ସାମାଜିକ ସ୍ତରରେ ନିଜ ମନକୁ ପାଇଲା ଭଳି କାମ ନ ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ଆଜି ଅଧୈର୍ଯ୍ୟ ନ ହୋଇ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବେ । ପୂର୍ବ ରାଗ ଶୁଝାବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅନ୍ୟର କଥାକୁ ସତ ମନେକରି ନୀଚ ସଂସର୍ଗରୁ ଦୂରେଇରହିବା ଭଲ। ବୁଧ ସପ୍ତମସ୍ଥ ଯୋଗୁ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ମକର
ମକର
ଆଜିର ଗ୍ରହାବସ୍ଥାନ ଆପଣଙ୍କୁ ଏକାଧାରରେ ଅର୍ଥ,ସମ୍ମାନ, ବନ୍ଧୁଙ୍କ ପ୍ରଶଂସା ସହ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସଙ୍ଗଲାଭର ସୁଯୋଗ ପ୍ରଦାନ କରିବ। କିନ୍ତୁ ଉତ୍ତରାଷଢ଼ା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ପ୍ରଭାବରେ ନିଜେ ଭଲ ତ ଦୁନିଆ ଭଲ ନ୍ୟାୟରେ କାମକରିବାର ପ୍ରବୃତ୍ତି ହେତୁ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେଇପାରନ୍ତି। ଇଚ୍ଛା ଥିଲେ ମଧ୍ୟ ପରିସ୍ଥିତିବଶତଃ ବନ୍ଧୁମାନଙ୍କୁ ଉପେକ୍ଷା କରିବାକୁ ବାଧ୍ୟହେବେ। କର୍ମବହୁଳତା କାରଣରୁ ମାନସିକ ସ୍ଥିରତା ରକ୍ଷାକରିବା କଷ୍ଟକର ହୋଇପାରେ।
ମୀନମୀନ
ଶନି ଦୃଷ୍ଟ ଚନ୍ଦ୍ର କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ବାଧା, ବିଘ୍ନ ଓ ପ୍ରତିବନ୍ଧକଜନିତ ମନ ଅନୁଯାୟୀ କାମ ହାସଲ କଷ୍ଟକର ହୋଇପାରେ। ସଭାସମିତି, ଆନୁଷ୍ଠାନିକ କାମ କିମ୍ବା ମନୋରଞ୍ଜନ କ୍ଷେତ୍ରରେ ଆପଣଙ୍କ ସୁଚିନ୍ତିତ ନିଷ୍ପତ୍ତିକୁ ଅନ୍ୟମାନେ ସ୍ବାଗତ କରିବେ। ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ହେତୁକ ମାନମନାନ୍ତର ଦେଖାଦେଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।