ମାନବିକତା ଦେଖାଇଲେ ଏସଡିପିଓ: ଦୁର୍ଘଟଣାରେ ଆହତ ସେନା କର୍ମଚାରୀଙ୍କ କଲେ ଚିକିତ୍ସା ବ୍ୟବସ୍ଥା

Jul 24, 2026 - 09:48
ମାନବିକତା ଦେଖାଇଲେ ଏସଡିପିଓ: ଦୁର୍ଘଟଣାରେ ଆହତ ସେନା କର୍ମଚାରୀଙ୍କ କଲେ ଚିକିତ୍ସା ବ୍ୟବସ୍ଥା

ଭଞ୍ଜନଗର,୨୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ର ଗୁରୁବାର ରାତିରେ ଦୁର୍ଘଟଣାରେ ଆହତ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫଳରେ ସେନା କର୍ମଚାରୀ ଜଣଙ୍କ ନିର୍ଦ୍ଧାରିତ ସମୟରେ ଚିକିତ୍ସା ସୁବିଧା ପାଇବା ସହ ତାଙ୍କର ଜୀବନ ରକ୍ଷା ପାଇଯାଇଛି। ଏସଡିପିଓଙ୍କ ଏଭଳି ସେବା ମନୋବୃତ୍ତିକୁ ନେଇ ଲୋକେ ପ୍ରଶଂସା କରିବା ସହ ଏବେ ବି ମାନବିକତା ବଞ୍ଚିରହିଛି ବୋଲି କହିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଏସଡିପିଓ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବୁଗୁଡ଼ା ଥାନାରୁ କାମ ସାରି ଫେରୁଥିବାବେଳେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ସେତୁ ନିକଟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଦେଖିଥିଲେ। ଏହାପରେ ସେ ଗାଡି ରଖି ତୁରନ୍ତ ତାଙ୍କରି ସରକାରୀ ଗାଡିରେ ସେନା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ଏସଡିପିଓଙ୍କ ଏହି ତତ୍ପରତା ଓ ମାନବିକତା ଯୋଗୁ ଗୁରୁତର ଆହତ ଅବସ୍ଥାରେ ଥିବା ସେନା କର୍ମଚାରୀଙ୍କୁ ସମୟୋଚିତ ଚିକିତ୍ସା ସେବା ମିଳିପାରିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।