ମହାକାଳଙ୍କ ଶରଣରେ କାର୍ତ୍ତିକ
ମୁମ୍ବାଇ:ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର। ଏହି ସଫଳତାକୁ ନେଇ ସେ ବେଶ୍ ଖୁସି ଅଛନ୍ତି। ଏବେ କାର୍ତ୍ତିକ ବାବା ମହାକାଳଙ୍କ ଶରଣ ପଶିଛନ୍ତି। ଜାତୀୟ ପୁରସ୍କାର ପାଇବା ପରେ ସେ ତାଙ୍କ ମାତାପିତାଙ୍କ ସହ ବାବା ମହାକାଳଙ୍କ ଆଶୀର୍ବାଦ ନେବା ପାଇଁ ଉଜ୍ଜୟିନୀ ଯାଇଥିଲେ। ସେଠାରେ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିବା ପରେ କାର୍ତ୍ତିକ ଏବଂ ତାଙ୍କ ପରିବାର ସଦସ୍ୟ ପବିତ୍ର ‘ଶୟନ ଆରତି’ରେ ଯୋଗଦାନ କରିଥିଲେ। ମନ୍ଦିରର ଗର୍ଭଗୃହରେ ହାତଯୋଡ଼ି ପ୍ରାର୍ଥନା କରିଥିଲେ। ସୂଚନାଯୋଗ୍ୟ, ନିକଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ଏଥିରେ ୨୦୨୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’ ପାଇଁ କାର୍ତ୍ତିକଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଏହି ଜାତୀୟ ପୁରସ୍କାର ମିଳିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।