ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ
ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ ପାଠାଗାର ଆଜବେଷ୍ଟସ୍ ଛାତତଳେ ରହିଥିବା ସିଲିଂ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଉପରେ ଖସିପଡ଼ିଥିଲା। ସେଠାରେ ରହୁଥିବା କର୍ମଚାରୀ ଭଙ୍ଗା ସିଲିଂ ବାହାର କରିଥିବା ବେଳେ ପ୍ରତିମୂର୍ତ୍ତି କିଛି କ୍ଷତି ହୋଇ ନ ଥିବା କହିଛନ୍ତି। ଭଙ୍ଗା ଦଦରା ଛାତତଳେ ପ୍ରତ୍ୟହ ପାଠିକା ପାଠକମାନେ ଅସୁରକ୍ଷିତ ଅବସ୍ଥାରେ ବସି ଅଧ୍ୟୟନ କରୁଥିବା ଦେଖାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସଂସ୍କୃତି ବିଭାଗ ପରିଚାଳନା ହେଉଥିବା ପାଠାଗାରଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସହିତ ପଞ୍ଚସଖାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭୦ ଦଶକରେ ପ୍ରତିଷ୍ଠା ହୋଇଥିଲା। ସ୍ଥାନୀୟ ଛାତ୍ରୀଛାତ୍ର ଓ ପାଠକମାନଙ୍କ ସହ ସତ୍ୟବାଦୀର ଐତିହ୍ୟ ଉପରେ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ଏହି ପାଠାଗାର ଗଢ଼ି ଉଠିଥିଲା। ତନ୍ମଧ୍ୟରେ ଅନେକ ଉପାଦେୟ ପୁସ୍ତକ, ଦୈନିକ ଖବରକାଗଜ ଏବଂ ନିଯୁକ୍ତି ଭିତ୍ତିକ ବିଭିନ୍ନ ପତ୍ରପତ୍ରିକା ରହିଛି। ଯେଉଁଠି ପ୍ରତିଦିନ ପାଠକମାନଙ୍କ ଭିଡ଼ ସହ ବିଭିନ୍ନ ସଭାସମିତି ଆୟୋଜନ କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।