ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

Aug 04, 2026 - 15:57
ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଏହାଫଳରେ ବିମାନରେ ଥିବା ଅନେକ ଯାତ୍ରୀ ଆହତ ହୋଇଛନ୍ତି।

ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲକୁ ପଠାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ବିମାନବନ୍ଦରରୁ ଏକାଧିକ ଆମ୍ବୁଲାନ୍ସ ଆହତମାନଙ୍କୁ ହସ୍ପିଟାଲକୁ ନେଇଯାଇଛି।

ବିମାନରେ ଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ବିମାନଟି ହଠାତ୍‌ ଅତି ଦ୍ରୁତ ଗତିରେ ତଳକୁ ଖସି ଆସିଥିଲା, ଯାହାଫଳରେ ଅନେକ ଯାତ୍ରୀ ଆହତ ହୋଇଥିଲେ।

ସୌଭାଗ୍ୟବଶତଃ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଅନେକଙ୍କ ଆଘାତ ଲାଗିଛି। ଏହି ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ବିମାନଟି ଉଡ଼ାଣ ସମୟରେ ହଠାତ୍‌ ବହୁତ ତଳକୁ ଖସି ଆସିଥିଲା। ଏହାଫଳରେ ଅନେକ ଯାତ୍ରୀଙ୍କ ମୁଣ୍ଡ ସିଧା ବିମାନର ଛାତରେ ବାଜିଥିଲା। କେତେକଙ୍କ ମୁଣ୍ଡ ଫୁଲି ଯାଇଥିବା ବେଳେ ବିମାନଟି ସମ୍ପୂର୍ଣ୍ଣ ଯାତ୍ରୀରେ ପୂର୍ଣ୍ଣ ଥିଲା।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।