ଭିକ ମାଗି କୋଟିପତି! ୮ଟି ଭିଲା, ୧୦ଟି ଲଗଜରି ଫ୍ଲାଟ୍‌କୁ ୧୧ଟି କାର୍‌; ଧନୀ ଭିକାରୀଙ୍କ ରୋଜଗାର ଶୁଣିଲେ ଉଡିବ ହୋସ୍‌

Jul 18, 2026 - 12:53
ଭିକ ମାଗି କୋଟିପତି! ୮ଟି ଭିଲା, ୧୦ଟି ଲଗଜରି ଫ୍ଲାଟ୍‌କୁ ୧୧ଟି କାର୍‌; ଧନୀ ଭିକାରୀଙ୍କ ରୋଜଗାର ଶୁଣିଲେ ଉଡିବ ହୋସ୍‌

ଭାରତରେ କିଛି ଏମିତି ମଧ୍ୟ ଭିକାରୀ ଅଛନ୍ତି, ଯେଉଁମାନେ ଭିକ୍ଷାବୃତ୍ତି କରି କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଆଲିଶାନ ଘର ତିଆରି କରିସାରିଛନ୍ତି। ଏଠାରେ ଭାରତର ସେହି ୫ ଜଣ ସବୁଠାରୁ ଧନୀ ଭିକାରୀଙ୍କ ବିଷୟରେ ସୂଚନା ଦିଆଯାଇଛି, ଯାହାଙ୍କର ମୋଟ ସମ୍ପତ୍ତି (Net worth) କିମ୍ବା ରୋଜଗାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଭାରତରେ ହିଁ ରହନ୍ତି ଦୁନିଆର ସବୁଠାରୁ ଧନୀ ଭିକାରୀ

ସାରା ବିଶ୍ୱରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଗଣ୍ଡେ ଖାଇବା ପାଇଁ ରାସ୍ତାରେ ଭିକ୍ଷାବୃତ୍ତି କରନ୍ତି। ଭିକାରୀ ନାଁ ଶୁଣିବା ମାତ୍ରେ ହିଁ ମନକୁ ଚିରାଫଟା ପୋଷାକ ପିନ୍ଧିଥିବା, ମଇଳା ଥିବା ଏବଂ ଫୁଟପାଥ୍‌ରେ ଶୋଉଥିବା ଲୋକଙ୍କ କଥା ଆସିଥାଏ। ପାକିସ୍ତାନରେ ସବୁଠାରୁ ଅଧିକ ଭିକାରୀ ଦେଖାଯାନ୍ତି। କିନ୍ତୁ ଭାରତରେ ଏମିତି କିଛି ଭିକାରୀ ଅଛନ୍ତି, ଯେଉଁମାନେ ଦେଖିବାକୁ ସାଧାରଣ ଲାଗିପାରନ୍ତି; କିନ୍ତୁ ସେମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଭିକ୍ଷାବୃତ୍ତି କରି ହିଁ ସେମାନେ ଏହି ଧନଦୌଲତ ଓ ସମ୍ପତ୍ତି ଗଢ଼ିଛନ୍ତି। ଆସନ୍ତୁ ଜାଣିବା ସେହି ୫ ଜଣ ଭିକାରୀଙ୍କ ବିଷୟରେ:

୧. ଭରତ ଜୈନ

ଦେଶରେ ଜଣେ ଏମିତି ଭିକାରୀ ଅଛନ୍ତି, ଯାହାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ଏହି ଭିକାରୀଙ୍କ ନାଁ ହେଉଛି ଭରତ ଜୈନ। ସେ ‘ପ୍ୟାଚୁ ବାବା’ ନାମରେ ମଧ୍ୟ ଜଣାଶୁଣା। ସେ ମୁମ୍ବାଇର ରାସ୍ତାରେ ଭିକ୍ଷାବୃତ୍ତି କରୁଥିଲେ। ଧୀରେ ଧୀରେ ସେ ଭିକାରୀମାନଙ୍କର ଏକ ବଡ଼ ଦଳ ଠିଆ କରିଦେଲେ। ସେ ପ୍ରାୟ ୧୮,୦୦୦ ଭିକାରୀଙ୍କୁ ଭିକ୍ଷାବୃତ୍ତି କରିବାର ଟ୍ରେନିଂ ଦେଇଛନ୍ତି। ଭାରତ ତଥା ସାରା ବିଶ୍ୱର ସବୁଠାରୁ ଧନୀ ଭିକାରୀ ଭାବେ ଗଣାଯାଉଥିବା ଭରତ ଜୈନ IIM Kolkata ରୁ ପାଠ ପଢ଼ିଛନ୍ତି। ତାଙ୍କ ପାଖରେ ୮ଟି ଭିଲା, ୧୦ଟି ଲକ୍ଜୁରୀ ଫ୍ଲାଟ୍, ୧୧ଟି କାର୍ ଏବଂ ୨ଟି ବଙ୍ଗଳା ରହିଛି। ମୁମ୍ବାଇରେ ତାଙ୍କର ଦୁଇଟି ଫ୍ଲାଟ୍ ଅଛି, ଯାହାର ମୂଲ୍ୟ ୧.୪ କୋଟିରୁ ୫ କୋଟି ଟଙ୍କା ବୋଲି କୁହାଯାଉଛି। ତାଙ୍କ ଘରୁ ୪୬୦ କୋଟି ଟଙ୍କା ନଗଦ (Cash) ଜବତ ହୋଇଛି। ବର୍ତ୍ତମାନ ଭରତ ଜୈନ ମଧ୍ୟପ୍ରଦେଶର ଉଜ୍ଜୈନରେ ଭିକ୍ଷାବୃତ୍ତି କରୁଛନ୍ତି।

୨. ବାବା କାହ୍ନା ଦାସ

ବାବା କାହ୍ନା ଦାସ ଉତ୍ତର ପ୍ରଦେଶର ବୃନ୍ଦାବନରେ ଭିକ୍ଷାବୃତ୍ତି କରନ୍ତି। ମନ୍ଦିର ବାହାରେ ଭିକ୍ଷା ମାଗି ମାଗି ସେ ୭୫ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି। ବାବା କାହ୍ନା ଦାସ ଭିକ୍ଷା ମାଗିବା ସହ କୃଷ୍ଣ ଭଜନ ମଧ୍ୟ ଗାଆନ୍ତି। ତାଙ୍କୁ ଅନେକ ସମୟରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବାର ମଧ୍ୟ ଦେଖାଯାଇଛି। ରିପୋର୍ଟ ଅନୁଯାୟୀ, ବାବା କାହ୍ନା ଦାସ ଏକାକୀ ରୁହନ୍ତି ଏବଂ ତାଙ୍କର କୌଣସି ପରିବାର ନାହିଁ।

୩. ପପୁ କୁମାର

ବିହାରର ପାଟନା ରେଳ ଷ୍ଟେସନରେ ଭିକ୍ଷା ମାଗୁଥିବା ପପୁ କୁମାରଙ୍କ ସମ୍ପତ୍ତି ଏକ କୋଟି ଟଙ୍କାରୁ ଅଧିକ। ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଗୋଡ଼ କାଟିବାକୁ ପଡ଼ିଥିଲା। ଏହା ପରେ ପପୁ ଭିକ୍ଷାବୃତ୍ତି ଆରମ୍ଭ କରିଥିଲେ। ଭିକ୍ଷା ମାଗି ସେ ନିଜ ଘରର ଆର୍ଥିକ ଅଭାବ ଦୂର କରିବା ସହ ପ୍ରଚୁର ସମ୍ପତ୍ତି ପ୍ରତିଷ୍ଠା କରିଛନ୍ତି। ଏବେ ତାଙ୍କ ପୁଅ ଇଂଲିଶ ମିଡିୟମ୍ ସ୍କୁଲରେ ପଢୁଛି। ପପୁ ଭିକ୍ଷାବୃତ୍ତିରୁ ମିଳୁଥିବା ଟଙ୍କାକୁ ଛୋଟ ବ୍ୟବସାୟୀମାନଙ୍କୁ ସୁଧରେ ଉଧାର ମଧ୍ୟ ଦିଅନ୍ତି। ପପୁଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି।

୪. ସର୍ବତୀୟା ଦେବୀ

ସର୍ବତୀୟା ଦେବୀ ଭାରତର ସବୁଠାରୁ ପ୍ରସିଦ୍ଧ ମହିଳା ଭିକାରୀ ଅଟନ୍ତି। ସେ ପାଟନାରେ ରୁହନ୍ତି ଏବଂ ପ୍ରତିଦିନ ଭିକ୍ଷା ମାଗନ୍ତି। ଭିକ୍ଷାବୃତ୍ତିରୁ ସେ ଏତେ ଟଙ୍କା ରୋଜଗାର କରିଛନ୍ତି ଯେ ସେ ବାର୍ଷିକ ୩୬,୦୦୦ ଟଙ୍କା LIC ପ୍ରିମିୟମ୍ ଭରନ୍ତି। ଭିକ୍ଷା ସେ ନିଜ ଝିଅର ବାହାଘର ମଧ୍ୟ କରିସାରିଛନ୍ତି। ତାଙ୍କର ନିଜସ୍ୱ ଘର ମଧ୍ୟ ରହିଛି। ସେ ଏହି ରୋଜଗାରରୁ ୭ଟି ତୀର୍ଥସ୍ଥାନ ଭ୍ରମଣ କରିସାରିଛନ୍ତି ଏବଂ ଥରେ ବିଦେଶ ମଧ୍ୟ ଯାଇଛନ୍ତି।

୫. ହାଜି

ହାଜି ମୁମ୍ବାଇର ରାସ୍ତାରେ ଭିକ୍ଷା ମାଗନ୍ତି। ଭିକ୍ଷାବୃତ୍ତିରୁ ତାଙ୍କର ପ୍ରତିଦିନର ରୋଜଗାର ପ୍ରାୟ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ପାର୍ବଣ ଋତୁ ଏବଂ ଗଣେଶ ଚତୁର୍ଥୀ ସମୟରେ ତାଙ୍କ ରୋଜଗାର ଆହୁରି ବଢ଼ିଯାଏ। ଭିକ୍ଷା ମାଗି ସେ ନିଜର ଘର ତିଆରି କରିଛନ୍ତି ଏବଂ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ଲଟ୍ ମଧ୍ୟ କିଣିଛନ୍ତି। ଏହା ବ୍ୟତୀତ ହାଜିଙ୍କର ନିଜର ଏକ ଜରି କାରଖାନା (Zari factory) ରହିଛି, ଯେଉଁଠାରେ ୧୫ ଜଣ ଲୋକ କାମ କରନ୍ତି। ତଥାପି ସେ ଭିକ୍ଷାବୃତ୍ତି ଜାରି ରଖିଛନ୍ତି।

ଭାରତରେ କେତେ ଭିକାରୀ ଅଛନ୍ତି?

୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ, ଭାରତରେ ମୋଟ ଭିକାରୀଙ୍କ ସଂଖ୍ୟା ୪,୧୩,୬୭୦ ଥିଲା। ସେଥିମଧ୍ୟରୁ ପୁରୁଷ ଭିକାରୀଙ୍କ ସଂଖ୍ୟା ୨,୨୧, ୬୭୩ ଏବଂ ମହିଳା ଭିକାରୀଙ୍କ ସଂଖ୍ୟା ୧,୯୧, ୯୯୭ ଥିଲା। ନିଶ୍ଚିତ ଭାବରେ ବର୍ତ୍ତମାନ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିବ। ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଭିକାରୀ ଦେଖିବାକୁ ମିଳନ୍ତି। ଏହା ପରେ ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ନମ୍ବର ଆସେ। ଦିଲ୍ଲୀ, ମୁମ୍ବାଇ, କଲକାତା କିମ୍ବା ଲକ୍ଷ୍ନୌ ଭଳି ବଡ଼ ସହରଗୁଡ଼ିକରେ ଜଣେ ଭିକାରୀ ପ୍ରତିଦିନ ୫୦୦ ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।