ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

Jul 26, 2026 - 23:00
ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ ନେପାଳ ନାଗରିକମାନେ ୨୦୧୬ ନଭେମ୍ବର ୯ ପରେ ଜାରି କରାଯାଇଥିବା ୨୦୦ ଏବଂ ୫୦୦ଟଙ୍କିଆ ଭାରତୀୟ ନୋଟ୍‌ ନେପାଳକୁ ନେଇପାରିବେ । ନେପାଳ ରାଷ୍ଟ୍ର ବ୍ୟାଙ୍କ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ସର୍ବାଧିକ ୨୫୦୦୦ଟଙ୍କା ପର୍ଯ୍ୟନ୍ତ ଏହି ଅନୁମୋଦିତ ନୋଟ୍‌ ନେପାଳ ଭିତରକୁ ନେଇପାରିବେ କିମ୍ବା ବାହାରକୁ ଆଣିପାରିବେ ।

ସଂଶୋଧିତ ନିୟମ ଅନୁଯାୟୀ ଉଭୟ ଦେଶର ନାଗରିକମାନେ ଏହି ମୁଦ୍ରାଗୁଡ଼ିକୁ ନେପାଳ ମଧ୍ୟକୁ ଆଣିବା, ସେଠାରେ ବ୍ୟବହାର କରିବା କିମ୍ବା ବାହାରକୁ ନେବା ପାଇଁ ସକ୍ଷମ ହେବେ। ତେବେ ୨୦୧୬ ନୋଟବନ୍ଦୀ ପୂର୍ବରୁ ଜାରି କରାଯାଇଥିବା ପୁରୁଣା ଭାରତୀୟ ନୋଟଗୁଡ଼ିକ ଉପରେ ପ୍ରତିବନ୍ଧକ ଜାରି ରହିବ ଏବଂ କେବଳ ନୂତନ ଡିଜାଇନର ୨୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ହିଁ ଅନୁମତିପ୍ରାପ୍ତ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି । ଏହି ବ୍ୟବସ୍ଥା ଦ୍ୱାରା ନେପାଳ ଭ୍ରମଣ କରୁଥିବା ଭାରତୀୟ ପର୍ଯ୍ୟଟକ ଏବଂ ଭାରତ ସହିତ ବାଣିଜ୍ୟ କରୁଥିବା ନେପାଳୀ ବ୍ୟବସାୟୀମାନେ ଅଧିକ ସୁବିଧା ପାଇବେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।