ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

Jun 26, 2026 - 21:35
ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ କେଦାର ସ୍ୱାଇଁ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି।

ତାଙ୍କ ସହ ସମର୍ଥକ ପୂର୍ବତନ ସମିତି ସଭ୍ୟ ଶାନ୍ତନୁ କୁମାର ନାହାକ, ପୂର୍ବତନ ନାଏବ ସରପଞ୍ଚ କୈଳାଶ ନାହାକଙ୍କ ସମେତ ଶତାଧିକ ବିଜେଡି କର୍ମୀ ମଧ୍ୟ ଭାଜପାରେ ଯୋଗଦାନ କରିଛନ୍ତି।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଭାଜପାରେ ସ୍ୱାଗତ କରିଥିଲେ।ଏହି ଅବସରରେ ହୁମା ସମିତି ସଭ୍ୟ ଧ୍ରୁବଚରଣ ପଲାଇ ଓ ପୂର୍ବତନ କାଉନ୍ସିଲର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଦୁର୍ଗାମାଧବ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ନବାଗତ ସଦସ୍ୟମାନେ କହିଛନ୍ତି ଯେ, ଆଗାମୀ ଦିନରେ ସେମାନେ ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସେବା କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରିବେ।

Dharitri – Odisha’s No.1 Odia Daily