ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି
ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି ଆଦିବାସୀ ପରିବାର ବସବାସ କରୁଥିବାବେଳେ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଛି। ଗାଁରେ ଏକମାତ୍ର ନଳକୂପ ଥିବାବେଳେ ତାହା ଅଚଳ ଅବସ୍ଥାରେ ରହିଛି। ସେହିପରି ସରକାରଙ୍କ ପକ୍ଷରୁ ଗାଁରେ ସ୍ଥାପିତ ସୌରଚାଳିତ ପାଣିଟାଙ୍କିର ଯନ୍ତ୍ରାଂଶ ଦୀର୍ଘ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ବାଧ୍ୟହୋଇ ନିକଟସ୍ଥ ପୋଲ ତଳେ ଥିବା ଚୁଆରୁ ପାଣି ସଂଗ୍ରହକରି ପାନୀୟ ଭାବେ ବ୍ୟବହାର କରୁଛନ୍ତି। ବର୍ଷା ଋତୁରେ ଏହି ପାଣି ଦୂଷିତହେବା ଆଶଙ୍କା ଥିବାରୁ ଜଳବାହିତ ରୋଗ ବ୍ୟାପିବା ଭୟ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବହୁବାର ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ଅଚଳ ସୌରଚାଳିତ ପାଣିଟାଙ୍କି ଓ ନଳକୂପର ଶୀଘ୍ର ମରାମତିକରି ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନଙ୍କୁ ଗୁହାରି କରିଛନ୍ତି। ଏ ନେଇ ବେଡ଼ାଗାଁ ସରପଞ୍ଚ ସୁବାସିନୀ ମାଝୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିଲା ନାହିଁ I
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।