ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ
ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ ହୋଇଛି । ପାଟପୁର ପୋଲିସ ଟିମ୍ ବିଭିନ୍ନ କମ୍ପାନୀ ନିର୍ମିତ ୫୮ ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି ।
ପ୍ରାପ୍ତ ସୂଚନାକୁ ଭିତ୍ତିକରି ବୁଧବାର ରାତି ସାଢ଼େ ୮ ଟାରେ ପାଟପୁର ପୋଲିସ ଟିମ୍ ଫାଷ୍ଟଫୁଡ୍ ଦୋକାନରେ ଅତର୍କିତ ଚଢାଉ କରି ବିକ୍ରି ପାଇଁ ମହଜୁଦ ଥିବା ବିଦେଶୀ ମଦ ବୋତଲ ଜବତ କରିଥିଲେ । ବିନା ଲାଇସେନ୍ସରେ ସେଠାରେ ମଦ ବିକ୍ରି କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲେ । ପାଟପୁର ଥାନା ଏସ.ଆଇ ତ୍ରିନାଥ ଭୋଇ ଏନେଇ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୨୩୦/୨୬ ଅନୁଯାୟୀ ଅଭିଯୁକ୍ତ ସମୀରଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ସନ୍ତୋଷ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।