ବିଦେଶରେ ଥାଇ ଗାଁର ମହକ ଭୁଲିନାହାନ୍ତି ଚିଦାନନ୍ଦ, ୨୨ ବର୍ଷ ବୟସରେ କୃଷକଙ୍କ ପାଇଁ କରୁଛନ୍ତି ଏମିତି ଚିନ୍ତା…
ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଅନ୍ତର୍ଗତ ନଛିପଡ଼ା ଗାଁର ୨୨ବର୍ଷୀୟ ସୋମିତ୍ରୀ ଚିଦାନନ୍ଦ ଦାସ କାନାଡାରେ ଚାକିରି କରୁଛନ୍ତି। ବିଦେଶରେ କାମ କରୁଥିଲେ ହେଁ ସେ ଗାଁର ମହକ ଭୁଲି ପାରି ନାହାନ୍ତି। ଗୁରୁବାର ରଥଯାତ୍ରା ଅବସରରେ ଏହି ଅଞ୍ଚଳର ଗରିବ ଖଟିଖିଆ କୃଷି ଶ୍ରମିକଙ୍କୁ ଚାଷ ଜମି ହିଡ ମୁଣ୍ଡରେ ଖାଦ୍ୟ ପୁଡ଼ିଆ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ବିଶେଷ କରି ରାଜଗଡ଼, ନଛିପଡ଼ା, ନିଆମତପୁର, ହଳଦୀ ବସନ୍ତ, ଗୟାସପୁର ଆଦି ଗ୍ରାମର ଗରିବ ଖଟିଖିଆ କୃଷକ ମୂଲିଆ ଶ୍ରମିକଙ୍କୁ ଏକ ମାସ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ତାଙ୍କ ବାପା ସତ୍ୟବ୍ରତ ଦାସଙ୍କ ସମେତ ବୁଦ୍ଧିଜୀବୀ ମନୋଜ କୁମାର ଦାସ, ଅମିୟ କୁମାର ନାୟକ ସହଯୋଗ କରିଛନ୍ତି। ଖରିଫ୍ ଋତୁରେ ଗହୀର ବିଲରେ ରୁଆ, ବେଉଷଣ କାମରେ ଶ୍ରମିକଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚିବା ସମ୍ଭବ ହେଉନାହିଁ। ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ତାଙ୍କ ପୁଅର ମୂଳ ଲକ୍ଷ୍ୟ ବୋଲି ସୌମିତ୍ରୀଙ୍କ ବାପା ସତ୍ୟବ୍ରତ ଦାସ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।