ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ
ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଯୋଗ୍ୟ, ପ୍ରିୟଙ୍କା ବିବାହିତ ଥିଲେ, ସ୍ବାମୀ ଓ ୩ ବର୍ଷର ପୁଅଙ୍କ ସହ ଭୀମଟାଙ୍ଗୀ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ହେଲେ ଅଭିଯୁକ୍ତ ଜଗନ୍ନାଥ ଏକତରଫା ଭାବେ ପ୍ରିୟଙ୍କାଙ୍କୁ ଭଲ ପାଉଥିଲେ।
୨୦୨୧ ଜୁଲାଇରେ ସ୍ବାମୀ ଅଫିସ ଯିବା ପରେ ଅଭିଯୁକ୍ତ ଜଗନ୍ନାଥ ଭୀମଟାଙ୍ଗି ସ୍ଥିତ ଘରେ ପଶି ପ୍ରିୟଙ୍କାଙ୍କୁ ନିଜ ସହ ପଳାଇ ବିବାହ କରିବାକୁ ବାଧ୍ୟ କରିଥିଲେ। ଏଥିରେ ପ୍ରିୟଙ୍କା ମନା କରିଦେଇଥିଲେ।
ଫଳରେ ଜଗନ୍ନାଥ ଉତ୍କ୍ଷିପ୍ତ ହୋଇ ଛୁରିରେ ପ୍ରିୟଙ୍କାଙ୍କ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ସେ ନିଜେ ବିଷ ପିଇ ଓ ହାତର ଶିରା କାଟି ଆତ୍ମହତ୍ୟା ଉଦ୍ୟମ କରି କରିଥିଲେ। ପବବର୍ତ୍ତୀ ସମୟରେ ପୋଲିସ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତିକିବେଳେ ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ।