ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

Jul 30, 2026 - 07:58
ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫ କିଲୋଗ୍ରାମ ସୁନା ଜବତ କରିଛି। ଏବେ ପଥର ବ୍ୟବସାୟ କରୁଥିବା ମଣ୍ଡଳଙ୍କ ଘରେ ବୁଧବାର ପୋଲିସ ଚଢ଼ାଉ କରିଥିଲା। ଟଙ୍କା ଭର୍ତ୍ତି ଅନେକ ଟ୍ରଙ୍କ୍‌ ମିଳିବା ପରେ ପୋଲିସ ଟଙ୍କା ଗଣନା ମେଶିନ୍‌ ଆଣିଥିଲା। ଟଙ୍କା ଗଣା ବେଳେ ଘର ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।