ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

Jul 22, 2026 - 13:10
ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ। ସୋନମ ୱାଙ୍ଗଚୁକ ହସପିଟାଲରେ ଅନଶନରେ ଅଛନ୍ତି ଏବଂ ଏସବୁ ମଧ୍ୟରେ ମୋଦୀ ସରକାର ଆଲୋଚନାର ପଦକ୍ଷେପ ନେଉଥିବା ଦେଖାଯାଉଛି। ବୁଧବାର (୨୨ ଜୁଲାଇ) ରେ ସିଜେପି ପ୍ରତିନିଧିମାନଙ୍କ ସହିତ ଆଲୋଚନାର ଆଉ ଏକ ପର୍ଯ୍ୟାୟ ଦେଖିବାକୁ ମିଳିବ।

ସୂତ୍ର ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ସିଜେପି ପ୍ରତିନିଧିମାନଙ୍କୁ ଭେଟିପାରନ୍ତି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ସେ ଏବଂ ଜେ.ପି. ନଡ୍ଡା ମେଦାନ୍ତ ହସପିଟାଲରେ ଭର୍ତ୍ତି ଥିବା ସୋନମ ୱାଙ୍ଗଚୁକଙ୍କୁ ଭେଟିବା ପରେ ଏହି ବୈଠକ ହେବାକୁ ଯାଉଛି। ମୋଦୀ ସରକାର ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୂତ୍ର ଅନୁଯାୟୀ, ଡେର ରାତିରେ ହୋଇଥିବା ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଥିଲା ଯେ ଛାତ୍ର ଆନ୍ଦୋଳନ ଉପରେ ସଂସଦରେ ଆଲୋଚନା କରାଯାଉ।

କୁହାଯାଉଛି ଯେ, ସରକାର ଏହି ଦାବିରେ ସମ୍ମତି ପ୍ରକାଶ କରିଛନ୍ତି। ଏହାଦ୍ୱାରା ଦୀର୍ଘ ଦିନରୁ ଚାଲିଆସୁଥିବା ଗତିରୋଧ ଶେଷ ହୋଇପାରେ। ସୋନମ ୱାଙ୍ଗଚୁକଙ୍କର ମଧ୍ୟ ଏହି ଦାବି ଥିଲା ଯେ ଛାତ୍ର ଆନ୍ଦୋଳନ ଉପରେ ସଂସଦରେ ଆଲୋଚନା ହେଉ। ଦିଲ୍ଲୀରେ ନିକଟରେ ହୋଇଥିବା ପ୍ରଦର୍ଶନ ପରେ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସପିଟାଲରୁ ମେଦାନ୍ତ ହସପିଟାଲକୁ ସିଫ୍ଟ କରାଯାଇଥିଲା। ଏହି ସବୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହୋଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।