ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…
ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ ବଦଳରେ ଚ ଠାରୁ ବର୍ଣ୍ଣମାଳା ଆରମ୍ଭ ହୋଇଛି । ଚ ପରେ ରହିଛି ଟ, ମ, ଗ ଓ ର । ସେହିପରି ଜାତୀୟ ସଙ୍ଗୀତରେ ଉତ୍କଳର ବନାନ ମଧ୍ୟ ଭୁଲ୍ ଲେଖାଯାଇଛି ।
ତେବେ ପ୍ରଥମ ଥର ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଅନେକ ବାଦ ବିବାଦ ଦେଖାଯାଇଥିବା ବେଳେ ସଂଶୋଧନ ପରେ ପୁଣି ତ୍ରୁଟି ନୂଆ ବିବାଦ ଯୋଡିଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁନଃ ତ୍ରୁଟିକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂଶୋଧନ କରି ପୁନଃ ବଣ୍ଟନ କରିବାକୁ ଦାବି ଉଠିଛି । ତେବେ ଏହା ପରେ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଖବର ନେଇ ସ୍ପଷ୍ଟୀକରଣ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତ୍ରୁଟି ସମ୍ପର୍କିତ ଖବରର କୌଣସି ଯଥାର୍ଥତା ନାହିଁ ବୋଲି କୁହାଯାଇଛି । ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ସଂଶୋଧନ ଜାରି ରହିଛି । ଖୁବ ଶୀଘ୍ର ସଂଶୋଧିତ ପାଠ୍ୟ ପୁସ୍ତକ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।