ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

Jul 10, 2026 - 15:44
ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି ମାମଲାରେ ତାଙ୍କ ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡକୁ ବଜାୟ ରଖିଛନ୍ତି। ତାଙ୍କୁ ଏବେ ପୁଣି ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ହାଇକୋର୍ଟ କହିଛନ୍ତି, ତାଙ୍କୁ ଅନେକ ସୁଯୋଗ ଦିଆଯାଇଛି, କିନ୍ତୁ ସେ ତାହା ପାଳନ କରିନାହାନ୍ତି।

ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଅଭିନେତା ରାଜପାଲ ଯାଦବଙ୍କ ଆବେଦନକୁ ଖାରଜ କରି ତାଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟ ସମସ୍ତ ସାତଟି ଚେକ ବାଉନ୍ସିଂ ମାମଲାରେ ଅଭିନେତା ରାଜପାଲ ଯାଦବଙ୍କୁ ତିନି ମାସର ସରଳ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଦଣ୍ଡ ଏକକାଳୀନ ଚାଲିବ, ତେଣୁ ତାଙ୍କୁ ମୋଟ ତିନି ମାସ କାଟିବାକୁ ପଡ଼ିବ।
କୋର୍ଟ ପ୍ରତ୍ୟେକ ମାମଲାରେ ୧.୫ କୋଟି ଜରିମାନା ମଧ୍ୟ ଲଗାଇଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ମାମଲାରେ ଅଭିଯୋଗକାରୀଙ୍କୁ ୧ କୋଟି ୪ ଲକ୍ଷ ୭୫ ହଜାର ଟଙ୍କା ଏବଂ ରାଜ୍ୟକୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ।

ବିଚାରପତି ସ୍ବର୍ଣ୍ଣକାନ୍ତ ଶର୍ମା କହିଛନ୍ତ, ରାଜପାଲ ଯାଦବଙ୍କୁ କୋର୍ଟରେ ଦିଆଯାଇଥିବା ତାଙ୍କ ପ୍ରତିଶ୍ରୁତି ପାଳନ କରିବା ପାଇଁ ଅନେକ ସୁଯୋଗ ଦିଆଯାଇଥିଲା, କିନ୍ତୁ ବାରମ୍ବାର ସୁଯୋଗ ସତ୍ତ୍ୱେ ସେ ପାଳନ କରିବାରେ ବିଫଳ ହୋଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।