ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ
ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପିଏମ ମୋଦି ନ୍ୟୁଜିଲାଣ୍ଡ ମାଟିରେ ପାଦ ଦେବା ପୂର୍ବରୁ ହିଁ ସେଠାକାର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଦୁଇ ଦେଶର ବ୍ୟାପାରିକ ସମ୍ପର୍କକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ସହିତ ପ୍ରସ୍ତାବିତ ମୁକ୍ତ ବ୍ୟାପାର ଚୁକ୍ତି ବା ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (FTA) କୁ ନେଇ ଏକ ସକାରାତ୍ମକ ସଙ୍କେତ ଦେଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଭାରତ ସହ ହେବାକୁ ଥିବା ଏହି ବ୍ୟାପାରିକ ଚୁକ୍ତି ଅଧୀନରେ ୫୭ ପ୍ରତିଶତ ରପ୍ତାନି ଉପରେ କୌଣସି ପ୍ରକାରର ଟାରିଫ (ଶୁଳ୍କ ବା ଟ୍ୟାକ୍ସ) ଲାଗିବ ନାହିଁ।
ନ୍ୟୁଜିଲାଣ୍ଡ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ କାରବାର ଏକ ନୂଆ ସ୍ତରକୁ ଯିବ ବୋଲି ଆଶା କରାଯାଉଛି। କ୍ରିଷ୍ଟୋଫର ଲକ୍ସନଙ୍କ ଏହି ସଙ୍କେତରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନ୍ୟୁଜିଲାଣ୍ଡ, ଭାରତ ଭଳି ଏକ ବଡ଼ ବଜାର ସହିତ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି। ଟାରିଫ ମୁକ୍ତ ବାଣିଜ୍ୟ ଯୋଗୁ ନ୍ୟୁଜିଲାଣ୍ଡରୁ ଭାରତକୁ ଏବଂ ଭାରତରୁ ନ୍ୟୁଜିଲାଣ୍ଡକୁ ହେଉଥିବା ଆମଦାନୀ-ରପ୍ତାନି ବେଶ ସହଜ ଓ ଶସ୍ତା ହୋଇଯିବ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।