ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର
କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି। ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଓ ଯୁବକମାନେ ଯୋଗ ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରିଥିବା ସହ ସବୁ କ୍ଷେତ୍ରରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ବିଜେଡି ନେତୃତ୍ୱ ତୁରନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଥିଲେ। ବିଜେଡି ଜିଲା ଯୁବ ସଭାପତି ରାକେଶ ରାମ ନିଜ ବକ୍ତବ୍ୟରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ନଷ୍ଟ କରିବାକୁ ସୁଚିନ୍ତିତ ପଦକ୍ଷେପ ନିଆଯାଇଥିବା କହିଥିଲେ। ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ ନିଜ ବକ୍ତବ୍ୟରେ ଦିଶାହୀନ ସରକାରଙ୍କ ଯୋଗୁ ଶିକ୍ଷା ବ୍ୟବସ୍ଥା ଛାରଖାର ହୋଇଛି ବୋଲି କହିଥିଲେ। ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ନିଜ ଅଭିଭାଷଣରେ କେନ୍ଦୁଝର ଜିଲାର ବାଂଶପାଳ ବ୍ଲକର ବିଦ୍ୟାର୍ଥୀଙ୍କ ଆସିଥିବା ବହି ତେଲକୋଇ ବ୍ଲକରେ ଖତ ଖାଉଛି ବୋଲି କହିଥିବାବେଳେ ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ସେ କହିଥିଲେ। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ନିଜ ବକ୍ତବ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି କହିଥିଲେ। ପୂର୍ବତନ ଏମ୍ପି ମାଧବ ସର୍ଦାର, ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ,ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲା ଯୁବ ବିଜେଡି ସଭାପତି ରାକେଶ ରାମ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମହିଳା ବିଜେଡି ସଭାନେତ୍ରୀ କମଳିନୀ ପାତ୍ର,ନଗର ସଭାପତି ପୂର୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ର ଧର ପରିଡ଼ା, ଝୁମ୍ପୁରା ବ୍ଲକ ସଭାପତି ଡମ୍ବୁରୁ ଦାସ, ବାଂଶପାଳ ବ୍ଲକ ସଭାପତି ଯଦୁମଣି ଠାକୁର, ଯୁବ ସଭାପତି ସତ୍ୟାନନ୍ଦ ଆରୁକ,ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ,ପୂର୍ବତନ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା
ମୀନା ମାଝୀ, ଜିଲା ପରିଷଦ ସଦସ୍ୟ କ୍ଷୀରୋଦିନୀ ମହାକୁଡ଼, ରଥ ମୁଣ୍ଡା, ସୌଭାଗ୍ୟ ମଞ୍ଜରୀ ନାଏକ, ଗୀତାଞ୍ଜଳି ପରିଡା, ମଞ୍ଜୁଲତା ନାଏକ,ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ସବିତା ସେଠୀ, କୁମୁଦିନୀ ନାଏକ, ରୁନୁ ମଲିକ, ମାଳତୀ ନାଏକ, ଯୁବ ନେତା ସତ୍ୟବ୍ରତ ନାଏକ, ପୂର୍ବତନ ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ, ସିଦ୍ଧାର୍ଥ ଶଙ୍କର ସାହୁ, ଦେବୁ ପଟ୍ଟନାୟକ, ଜଗଦୀଶ ଆପଟ, ଟିକୁ ପ୍ରଧାନ,ବାସୁଦେବ ଜେନା, ମୁନା ପାଣି, ଅଜୟ ଦାସ, ବାବି ପଟ୍ଟନାୟକ, ରାଜୁ ବାରିକ, ଛାତ୍ର ସଭାପତି ଦୀପକ ସାହୁ, ଛାତ୍ରନେତା ସଞ୍ଜୀବ,ଦେବ ବେହେରା, ମନ୍ମଥ ଘଣା, ଗୁରୁଚରଣ ବେହେରା, ପପୁ ଯାଦବ, ଜ୍ଞାନ ମହାପାତ୍ର, ସ୍ପନ୍ଦନ ଆଚାର୍ଯ୍ୟ, ଜୀବନ ଜେନା, ଦୀପକ ଘଡେଇ, ଦୀପଙ୍କର ବିଶ୍ୱାସ, ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।