ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

Jul 31, 2026 - 17:14
ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ ୧,୧୨,୦୦୦ରୁ ଅଧିକ ଫଲୋଅର୍ସ ଯୋଡ଼ି ହୋଇସାରିଛନ୍ତି। ଏହା ଦୁର୍ନୀତି ଏବଂ ପାରମ୍ପରିକ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଯୁବବର୍ଗଙ୍କର ଏକ ଆନ୍ଦୋଳନ ଅଟେ। ଏହି ଗ୍ରୁପ୍‌ର କହିବା କଥା ଯେ ପାକିସ୍ତାନ ଏଠାକାର ଜନସାଧାରଣଙ୍କର ଅଟେ, କୌଣସି ଦୁର୍ନୀତିଗ୍ରସ୍ତ ମାଫିଆଙ୍କର ନୁହେଁ। ସେମାନେ ସ୍ବଚ୍ଛ ଶାସନ ଏବଂ ଗଣତାନ୍ତ୍ରିକ ପରିବର୍ତ୍ତନର ଦାବି କରୁଛନ୍ତି।

ପାକିସ୍ତାନ ସରକାରଙ୍କ ମଧ୍ୟରେ ଏହାର ଭୟ ଦେଖାଦେବାକୁ ଲାଗିଲାଣି। ଗୃହମନ୍ତ୍ରୀ ମୋହସିନ ନକ୍‌ଭି ଆଶଙ୍କା ପ୍ରକାଶ କରିଛନ୍ତି ଯେ ଯଦି ସିଷ୍ଟମ ଠିକ ନ ହୁଏ, ତେବେ ଏହି କକ୍ରୋଚମାନେ ସବୁକିଛି ବଦଳାଇ ଦେଇପାରନ୍ତି।

ମୋହସିନ ନକ୍‌ଭି ନିଜ ସରକାରଙ୍କୁ ସତର୍କ କରି କହିଛନ୍ତି ଯେ ଆପଣମାନେ ଏମାନଙ୍କୁ ଯୁବକ କୁହନ୍ତୁ, କକ୍ରୋଚ କୁହନ୍ତୁ କିମ୍ବା ଯାହାକିଛି ମଧ୍ୟ କୁହନ୍ତୁ, ଯଦି ସେମାନେ ଏକାଠି ହୋଇଯାଆନ୍ତି, ତେବେ ସବୁକିଛି ଓଲଟପାଲଟ ହୋଇଯାଇପାରେ।

ପାକିସ୍ତାନରେ ରାଜନୈତିକ ସ୍ଥିତି ବ୍ୟତୀତ ଆର୍ଥିକ ସ୍ଥିତି ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି। ଦେଶ ଦୁର୍ବଳ ଆର୍ଥିକ ସ୍ଥିତି, ଋଣ, ହିଂସା ଏବଂ ବେରୋଜଗାରୀ ସହିତ ସଂଘର୍ଷ କରୁଛି। ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକ୍‌ଭି ନିକଟରେ ଏହି କଥାଟିର ଉଲ୍ଲେଖ କରିଛନ୍ତି। ଏହା ସହିତ ଦେଶର ଆର୍ଥିକ ବିଫଳତାଗୁଡ଼ିକୁ ମଧ୍ୟ ସେ ଖୋଲାଖୋଲି ଭାବରେ ସ୍ବୀକାର କରିଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।