Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

Jul 31, 2026 - 15:18
Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ ଧାନ ଚାଷ ଉପରେ ଦୀର୍ଘ ଦିନ ଧରି ପାଣିରେ ବୁଡି ରହିଥିଲା। ବନ୍ୟା ଜଳ କମିଯିବାରୁ କେସିଙ୍ଗା ବ୍ଲକ ଅଧିନସ୍ଥ କସୃପଡା ଗ୍ରାମ ପଞ୍ଚାୟତର ସୁକୁନାଭଟା ଗ୍ରାମର ପ୍ରାୟ ଶହେ ଏକରରୁ ଉଦ୍ଧର୍‌ବ ଜମିରେ ଧାନ ଚାଷ ଉପରେ ବାଲିଚର ହୋଇଛି। କେତେ କଷ୍ଟରେ ଚାଷୀମାନେ ଧାନ ଚାଷ କରିଥିଲେ। ବର୍ତ୍ତମାନ କ୍ଷୁଦ୍ର, ମଧ୍ୟମ ଧରଣ ଓ ବଡ଼ଚାଷୀମାନେ ଦୁଇଥର ଧାନ ବୁଣି ଆଉ ଚାଷ କରିବା ଅସମ୍ଭବ ହୋଇପଡ଼ିଛି। ତେଣୁ ତୁରନ୍ତ ସୁକୁନାଭଟା ଗ୍ରାମର ବାଲିଚର ହୋଇଥିବା ଜମିକୁ ସର୍ଭେ କରି କ୍ଷତି ହୋଇ ଥିବା ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ କେସିଙ୍ଗା ତହସିଲଦାର, ବିଡିଓ ଙ୍କୁ ଦାବି କରିଛନ୍ତି।

ସେହିପରି କେସିଙ୍ଗା ବ୍ଲକର ବେଲଖଣ୍ଡି, ହାତୀଖୋଜ, ସିରଜାପାଲି,ତୁଣ୍ଡଳା, ତୁର୍ଳାଖମାନ, ନୁନ ମାଠ, ପଥର୍ଲା, ଏହିପରି ୧୧ଟି ଗ୍ରାମ ପଞ୍ଚାୟତର ପ୍ରାୟ ୫୩ଟି ଗ୍ରାମ ବନ୍ୟାଜଳରେ ପ୍ରଭାବିତ ହୋଇ ଧାନ ଚାଷ ସମେତ ବିଭିନ୍ନ ଫସଲ ନଷ୍ଟ ହେବା ସହ ଅନେକଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି। କେସିଙ୍ଗା ସହରର ୱାର୍ଡ ନମ୍ବର ୩ର ଅମ୍ବାଜି ମନ୍ଦିର ପଡ଼ାରେ ଘରେ ବର୍ଷା ଜଳ ପଶିଯାଇଥିବାରୁ ୩୦ଟି ପରିବାରର ୧୨୦ଜଣଙ୍କୁ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ନିର୍ବାହୀ ଅଧିକାରୀ ଉକ୍ତ ପଡାକୁ ଯାଇ ପରିଦର୍ଶନ କରି ଲୋକଙ୍କୁ ଆମ୍ବାଜି ମନ୍ଦିରରେ ରନ୍ଧା ଖାଦ୍ୟ ଦିଆଯାଇଥିଲା। ଏନଏସି ଅଧ୍ୟକ୍ଷ ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରସି ଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ କ୍ଷୟକ୍ଷତି ଅଞ୍ଚଳକୁ ତୁରନ୍ତ ସର୍ଭେ କରାଯିବ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।