ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

Jul 25, 2026 - 15:10
ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅଭିଜିତ୍ ଦୀପକେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନଙ୍କ ଇସ୍ତଫା ଉପରେ ଅଭିଜିତ୍ ଦୀପକେ କହିଛନ୍ତି ଯେ, “ଦୁନିଆ ନଇଁଥାଏ, ବସ୍ ନୁଆଁଇବା ବାଲା ଦରକାର।” CJP ଫାଉଣ୍ଡର କହିଛନ୍ତି, “କୁହାଯାଉଥିଲା ଯେ ଏହି ସରକାରରେ ଇସ୍ତଫା ହୁଏନାହିଁ। କିନ୍ତୁ ଇସ୍ତଫା ହୋଇଛି। କହୁଥିଲେ, କେତେ ଦିନ ବସିବ? ୩୬ ଦିନ ଧରି ପ୍ରତିଦିନ ମୋତେ ପ୍ରଶ୍ନ ପଚରାଯାଉଥିଲା ଯେ ଇସ୍ତଫା ହେବନାହିଁ। କିନ୍ତୁ ସରକାର ନଇଁଗଲେ। କ’ଣ କହୁଥିଲେ ଯେ କ୍ରାନ୍ତି ହେବନାହିଁ? କିନ୍ତୁ କ୍ରାନ୍ତି ହୋଇଗଲା।” ଅଭିଜିତ୍ ଦୀପକେ ଏବଂ ତାଙ୍କ ସମର୍ଥକମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର ଉତ୍ସବ ପାଳନ କରୁଛନ୍ତି। ଆନ୍ଦୋଳନ ସ୍ଥଳରେ ଖୁସିର ପରିବେଶ ରହିଛି।

ଅଭିଜିତ୍ ଦୀପକେ ଜନ୍ତର-ମନ୍ତରରୁ କହିଛନ୍ତି, “ମୁଁ ଯେତେବେଳେ ଆମେରିକାରୁ ବାହାରିଥିଲି, ସେତେବେଳେ କୁହାଯାଉଥିଲା ଯେ କ’ଣ ହେବ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଲା।” ଅଭିଜିତ୍ ଦୀପକେ ଏବଂ ତାଙ୍କ ସହଯୋଗୀମାନେ ବର୍ତ୍ତମାନ ଜନ୍ତର-ମନ୍ତରରେ ଖୁସି ମନାଉଛନ୍ତି। ଏହା ପୂର୍ବରୁ ପ୍ରଧାନ ଇସ୍ତଫା ସହିତ ଏକ ଚିଠି ମଧ୍ୟ ସେୟାର କରିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ କହିଛନ୍ତି ଯେ, “ଦେଶବିରୋଧୀ ତତ୍ତ୍ୱ ଯେପରି ଜନ୍ତର-ମନ୍ତର ଏବଂ ସାରା ଦେଶର ସ୍ଥିତିର ଅନୁଚିତ ଫାଇଦା ନ ନେଇପାରିବେ, ଦେଶ ଯେପରି ଏକଜୁଟ୍ ରହିବ, ଭାରତର ଛାତ୍ରଛାତ୍ରୀମାନେ ଯେପରି କୌଣସି ଆଇନଗତ ଅସୁବିଧାରେ ନ ଫସି ନିଜ ପାଠପଢ଼ା ଓ କ୍ୟାରିୟର ଉପରେ ଧ୍ୟାନ ଦେଇପାରିବେ, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛି।”


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।