ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

Jul 27, 2026 - 19:01
ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସୋମବାର ଉକ୍ତ ପଞ୍ଚାୟତରେ ବସ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣା ପଡିଛି । ଏଥିପାଇଁ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଛନ୍ତି ।

ଗାଡି ନଯିବା ଫଳରେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ବିଶେଷକରି ଏସଏଚଜି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ହଇରାଣ ହରକତ ହେବା ସହ ମହିଳା ବୃଦ୍ଧା ବୃଦ୍ଧ ହଇରାଣ ହରକତ ହେଉଥିଲେ । ଏ ସମ୍ପର୍କରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉକ୍ତ ପଞ୍ଚାୟତ ଦେଇ ଯାଇଥିବା ରାସ୍ତା ଉପରକୁ ମାଡି ଆସିଥିବା ଗଛ ଡାଳ ଯୁଦ୍ଧକାଳୀନ ଭିତ୍ତିରେ କଟା ଯାଇ ମୁଖ୍ୟମନ୍ତ୍ରୀ ବସ ସେବା ପୂର୍ବ ଭଳି ଚାଲୁ ହୋଇଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।