ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…
ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍ ୧୩ଟି ଚାଲାଣ କଟାଯାଇଥିବା ବିଭାଗର ଟ୍ରାଫିକ୍ ଏସ୍ଆଇ ଜିନିତା ନାଗ କହିଛନ୍ତି।
ସେ କହିଛନ୍ତି, ଜଣେ ମଦ୍ୟପ ଚାଳକଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି। ସେ ବ୍ରହ୍ମପୁରରୁ ଦାରିଙ୍ଗବାଡ଼ିକୁ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ନେଇ ବୁଲୁଥିବା ବେଳେ ବ୍ରିଥ୍ ଆନାଲାଇଜର ଦ୍ୱାରା ନିଶା ବ୍ୟବହାର କରିଥିବା ଧରାପଡ଼ିଥିଲେ। ସେହିପରି ଏକାଧିକ ଗାଡ଼ିର ଫିଟନେସ୍, ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଥିବାବେଳେ ବିନା ହେଲମେଟ୍ରେ ବାଇକ୍ ଚଳାଉଥିବା ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ ଏସ୍ଆଇ ଜିନିତା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଦୁର୍ଘଟଣା ରୋକିବା ପାଇଁ ଜିଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ସହ ମିଳିତ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ଏଥିସହ ରୋଡ୍ ସେଫ୍ଟି ପାଇଁ ବିଦ୍ୟାଳୟ, କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।