ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !
ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ ଆଧାରରେ ରାମ ମନ୍ଦିରରେ ନିଯୁକ୍ତି ପାଇଥିବା ୧୦୦ କର୍ମଚାରୀ SIT ସ୍କାନରରେ ରହିଛନ୍ତି। କାରଣ ସେମାନଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡିଛି। ଫଳସ୍ବରୂପ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ତଦନ୍ତ ସମୟରେ SIT ଦଳ ସମ୍ପୃକ୍ତ କର୍ମଚାରୀମାନଙ୍କୁ ପଚରାଉଚରା କରିସାରିଛି। ଯଦି ରିପୋର୍ଟ ସେମାନଙ୍କ ସମ୍ପୃକ୍ତିକୁ ନିଶ୍ଚିତ କରେ, ତେବେ ସେମାନଙ୍କୁ ବହିଷ୍କାର କରାଯିବ। ବିଭିନ୍ନ ସଂସ୍ଥା ମାଧ୍ୟମରେ ସମ୍ପୃକ୍ତ କର୍ମଚାରୀଙ୍କୁ ମନ୍ଦିର ସୁରକ୍ଷା, ପରିମଳ ଏବଂ ଭକ୍ତମାନଙ୍କୁ ସହାୟତା କରିବା ଭଳି କାର୍ଯ୍ୟରେ ନିଯୁକ୍ତି ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।