ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

Aug 02, 2026 - 22:39
ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମର ସିମାଞ୍ଚଳ ନାୟକ (୧୯)ବୋଲି ଜଣାପଡିଛି ।

ଗାଁରେ କୌଣସି କାମଧନ୍ଦା ନମିଳିବାରୁ ସିମାଞ୍ଚଳ ହାଇଦ୍ରାବାଦ ସହରକୁ ଯାଇ ସେଠାରେ ଏକ ହୋଟେଲରେ କାମ କରି ଜୀବିକା ନିର୍ବାହ କରୁଥିଲେ । ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କ ସହିତ ରହୁଥିବା ସାଙ୍ଗମାନେ ତାଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର  ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ଯୁ ହୋଇଯାଇଛି । ତାଙ୍କ ସାଙ୍ଗସାଥି ନିଜ ଉଦ୍ୟମରେ ମୃତଦେହକୁ ଧରି ରବିବାର ନିଜ ଗ୍ରାମ ଅଭିମୁଖେ ବାହାରିଥିବା ଜଣାପଡିଛି ।

ପ୍ରକାଶ ଯେ ମାଣ୍ଡିପଙ୍କା ଗ୍ରାମରେ ଗତ ୨୦୨୪ମସିହାରେ ଖାଦ୍ୟ ଅଭାବ ଯୋଗୁଁ ଅଞ୍ଚଳବାସୀ ଆମ୍ବ ଟାକୁଆ ଖାଇ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ମଧ୍ୟ ଉକ୍ତ ଅଞ୍ଚଳର ଲୋକଙ୍କ ରୋଜଗାର ନମିଳିବାରୁ ବାହାର ରାଜ୍ୟକୁ ଦାଦନ ପାଇଁ ଯାଉଥିବା ବେଳେ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।