ଟ୍ରେନରୁ ଖସି ଯୁବକ ଗୁରୁତର: ଦେବଦୂତ ସାଜି ଉଦ୍ଧାର କଲେ ସ୍ୱାମୀ-ସ୍ତ୍ରୀ
ଛତ୍ରପୁର ୧୨।୭(ଦିଲ୍ଲୀପି ସାମଲ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ ଲାଇନ ନିକଟରେ ଏହି ଘଟଣା ଘଟିଛି | ଆଜି ସକାଳୁ ଏକ ଟ୍ରେନକୁ ପଡ଼ି ଯୁବକ ଗୁରୁତର ହୋଇ ରେଳ କଡ଼ରେ ପଡ଼ିଥିଲେ | ପୋଡାପଦର ସରପଞ୍ଚ ସୁଜତା ଦାସ ଓ ତାଙ୍କ ସ୍ୱାମୀ ବଚ୍ଚନ ଦାସ ଦେବଦୂତ ସାଜି ଆହତ ଯୁବକ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇଥିଲେ | ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୋଲିସ ମଧ୍ୟ୍ୟ ପହଞ୍ଚିଥିଲେ ମେଡିକାଲରେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି | ଯୁବକ ଙ୍କ ପରିଚୟ ଜଣା ପଡ଼ିନାହିଁ | ଯୁବକଙ୍କ ସଂଜ୍ଞା ଫେରିନଥିବାରୁ ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।