ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

Jul 12, 2026 - 12:04
ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ଜଳଭଣ୍ଡାରର ୯ ତାରିଖରେ ୪ଟି ସ୍ଲୁଇସ ଗେଟ୍‌କୁ ଖୋଲାଯାଇଥିଲା। ଏହି ଗେଟ୍‌ଗୁଡ଼ିକ ମଧ୍ୟରୁ ବାମପାର୍ଶ୍ୱରୁ ୩ଟି ଏବଂ ଦକ୍ଷିଣ ପାର୍ଶ୍ୱରୁ ଗୋଟିଏ ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ମହାନଦୀକୁ ଛଡ଼ାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୪ଟି ସ୍ଲୁଇସ ଗେଟ ମାଧ୍ୟମରେ ପ୍ରାୟ ୬୪ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ପାୱାର ଚ୍ୟାନେଲ ଓ ଇରିଗେଶନକୁ ମିଶାଇ ମୋଟ ୯୫ ହଜାର କ୍ୟୁସେକ ଜଳ ମହାନଦୀରେ ନିଷ୍କାସିତ ହେଉଛି।
ଅପରପକ୍ଷରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।