ଟିପିସିଓଡିଏଲ୍ ପକ୍ଷରୁ ଘର ଛାତରେ ରୁଫ୍ଟପ୍ ସୋଲାର ସ୍ଥାପନ
ଭୁବନେଶ୍ୱର, ୩ା୮: ପିଏମ୍ ସୂର୍ଯ୍ୟଘର, ମୁଫ୍ତ ବିଜ୍ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍ଟପ୍ ସୋଲାର (ଆର୍ଟିଏସ୍) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ରାଜ୍ୟର ପ୍ରଥମ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ଏକ ମାଇଲଖୁଣ୍ଟ ହାସଲ କରିଛି ା ଏହି ସଫଳତା ଏହାର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ରୁଫ୍ଟପ୍ ସୋଲାରର ବୃଦ୍ଧି ପାଉଥିବା ବ୍ୟବହାରକୁ ଦର୍ଶାଉଛି ଏବଂ ଡିଷ୍ଟ୍ରିବ୍ୟୁଟେଡ୍ ରିନ୍ୟୁଏବଲ୍ ଏନର୍ଜିର ପ୍ରସାର ପାଇଁ ଟିପିସିଓଡିଏଲ୍ର ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରୁଛି
ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା ଖୋର୍ଦ୍ଧାରେ ୧୩,୩୫୮ ଟି ରୁଫ୍ଟପ୍ ସୋଲାର ସ୍ଥାପନ ହୋଇଥିବା ବେଳେ କଟକରେ ୧୨,୧୬୫ ଟି ସ୍ଥାପନ କରି ରେକର୍ଡ କରାଯାଇଛି ା
ଟିପିସିଓଡିଏଲ୍ର ନିରନ୍ତର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଯେପରିକି ‘ମୋ ଛାତ, ମୋ ସଞ୍ଚୟ’ ଅଭିଯାନ, ସୂର୍ଯ୍ୟଘର ଗ୍ରାମସଭା ଏବଂ ବିଭିନ୍ନ ଜିଲାରେ ଚାଲିଥିବା ‘ସୋଲାର ରଥ’ ଅଭିଯାନ ଯୋଗୁ ରୁଫ୍ଟପ୍ ସୋଲାର ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ଯୋଗୁ ପିଏମ୍ ସୂର୍ଯ୍ୟଘର ଯୋଜନାରେ ଅଧିକରୁ ଅଧିକ ଭାଗୀଦାରିକୁ ଉତ୍ସାହିତ କରୁଛି ା ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍ଟପ୍ ସୋଲାର ସ୍ଥାପନର ମାଇଲଖୁଣ୍ଟ ଅତିକ୍ରମ କରିବା ଟିପିସିଓଡିଏଲ୍ ଏବଂ ରାଜ୍ୟର ସ୍ବଚ୍ଛ ଶକ୍ତି ମିଶନ ପାଇଁ ଏକ ଗୌରବପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ସିଇଓ ଗଜାନନ ଏସ୍. କାଲେ କହିଛନ୍ତି ା
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।