ଜରି ବ୍ୟାଗରେ ନେଇ ଯାଉଥିଲେ ଦେଶୀ ମଦ ପାଉଚ, ଅଚାନକ ପଛରୁ ଧରିଲା ଅବକାରୀ ଥାନା ପୋଲିସ, ତା’ପରେ…
ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ପୋଲିସ ବି. ତୁରୁୁବୁଡ଼ି ଗ୍ରାମର ରମେଶ ରେଡ୍ଡୀଙ୍କୁ ଅବକାରୀ ଥାନା ମାମଲା ନଂ.୭୫/୨୬-୨୭ ଅନୁଯାୟୀ ଗିରଫ କରିଛନ୍ତି। ତାଙ୍କ ନିକଟରୁ ୪୭ଟି ଦେଶୀ ମଦ ପାଉଚ ଜବତ କରାଯାଇଛି। ଥାନା ଓଆଇସି ସସ୍ମିତା ମଲ୍ଲିକ,ଏଏସଆଇ ଏନ. ତ୍ରିପତି ସୋମବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ସଦଳବଳେ ଝରିପଦର , ବି. ତୁରୁୁବୁଡ଼ି ଗ୍ରାମ ଇଲାକାରେ ଅବକାରୀ ଧରପଗଡ ଚଳାଇଥିବା ବେଳେ ଅଭିଯୁକ୍ତ ରମେଶ ସନ୍ଦେହଜନକ ଭାବେ ଏକ ଜରି ବ୍ୟାଗ ଧରି ଗ୍ରାମ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଅବକାରୀ କର୍ମଚାରୀଙ୍କ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ବ୍ୟାଗ ଖାନତଲାସ କରିବାରୁ ସେଥିରେ ୪୭ଟି ଦେଶୀ ମଦ ପାଉଚ ଥିଲା। ସେ ସବୁ ବିକ୍ରି ଉଦ୍ଦେଶ୍ୟରେ ନେଉଥିଲେ ବୋଲି ସେ ସ୍ବୀକାର କରିଥିଲେ।ତାଙ୍କ ନିକଟରେ କୌଣସି ମଦ ବିକ୍ରି ଲାଇସେନ୍ସ ନଥିବାରୁ ମଦ ପାଉଚଗୁଡ଼ିକୁ ଓଆଇସି ଜବତ କରିଥିଲେ। ସେଠାରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମଦ ନମୁନା ପରୀକ୍ଷା ନିମନ୍ତେ ଜବତ ମଦ ପାଉଚ ମଧ୍ୟରୁ ୩ ଟି ମଦ ପାଉଚକୁ କାଟି ଘଟଣାସ୍ଥଳରେ ରାସାୟନିକ ପରୀକ୍ଷା କରାଯିବା ପରେ ସେଥିରୁ ୨୦୦ ମି.ମି ମଦକୁ ପ୍ଲାଷ୍ଟିକ ବୋତଲରେ ରଖାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଜଣାଇଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।