‘ଜୁରାସିକ୍ ପାର୍କ’ ଅଭିନେତା ସାମ୍ ନିଲ୍ଙ୍କ ପରଲୋକ
ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍ର ଅଲଟାଇମ୍ ସୁପରହିଟ ଫିଲ୍ମ ‘ଜୁରାସିକ୍ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍ ନିଲ୍ଙ୍କର ୭୮ବର୍ଷ ବୟସରେ ପରଲୋକ ଘଟିଛି। ସୋମବାର ସିଡ୍ନୀଠାରେ ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି।
ପୂର୍ବରୁ ୨୦୨୩ରେ ସେ ଲିମ୍ପୋମା’ ନାମକ ଏକ ବିରଳ ବ୍ଲଡ୍ କ୍ୟାନ୍ସରରେ ପୀଡ଼ିତ ଥିବା ପ୍ରକାଶ କରିଥିଲେ ମଧ୍ୟ ମୃତ୍ୟୁ ବେଳକୁ ସେ ସମ୍ପୂର୍ଣ୍ଣ କ୍ୟାନ୍ସରମୁକ୍ତ ଥିଲେ ଏବଂ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ।
ମସିହାର ନ୍ୟୁଜିଲାଣ୍ଡ ଆକ୍ସନ-ଥ୍ରୀଲର ‘ସ୍ଲିପିଂ ଡଗ୍ସ’ରୁ ନିଜର କଳାକାର ଜୀବନ ଯାତ୍ରା ଆରମ୍ଭ କରିଥିବା ସାମ୍ ନିଲ୍ ‘ଜୁରାସିକ୍ ପାର୍କ’ ପ୍ରାଞ୍ଚାଇଜ୍ରେ ବୈଜ୍ଞାନିକ ଆଲାନ୍ ଗ୍ରାଣ୍ଟ ଭୂମିକାରେ ଅଭିନୟ କରି ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ। କେବଳ ବଡ଼ ପରଦା ନୁହେଁ, ‘ପିନି ବ୍ଲାଇଣ୍ଡର୍ସ’ ଭଳି ସୁପରହିଟ୍ ଟିଭି ସିରିଜ ‘ମର୍ଲିନ’ ପାଇଁ ସେ ‘ଗୋଲ୍ଡେନ ଗ୍ଲୋବ’ ଓ ‘ଏମି ଆଓ୍ବାର୍ଡ’ ଭଳି ପ୍ରତିଷ୍ଠିତ ପୁରସ୍କାର ପାଇଁ ମନୋନୀତ ହୋଇ ନିଜ ଅସାଧାରଣ ପ୍ରତିଭାର ପ୍ରମାଣ ଦେଇଛନ୍ତି। ତାଙ୍କର ଏହି ଆକସ୍ମିକ ବିୟୋଗରେ ସାରା ବିଶ୍ୱର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।