ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

Jul 16, 2026 - 09:47
ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ରାଗିଂ କରାଯାଇଛି। ବୁଧବାର ବିଳମ୍ବିତ ରାତି ରାଗିଂ ହେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ୬ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଜଣାପଡିଛି। ଜୁନିଅର ପିଲାଙ୍କୁ କ୍ରିକେଟ ବ୍ୟାଟ୍‌ରେ ସିନିୟର ପିଲା ନିସ୍ତୁକ ପିଟିଛନ୍ତି । ଯାହାକୁ ନେଇ ୯ ଜଣ ଯୁକ୍ତ ୨ ପିଲାଙ୍କ ବିରୋଧରେ ଦେବଗଡ ଥାନାରେ ମାମଲା ରୁଜୁ ହୋଇଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।