ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କଳାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଏସ ଡ଼ି ପି ଓ ସନ୍ଦୀପ ମାଝୀ ଙ୍କ ନେତୃତ୍ୱରେ ରିଷିଡା ଗଜବାହଲ ଅଂଚଳର ବାଲାଜୀ ରାଇସ ମିଲ ଉପରେ ଚଢ଼ାଉ କରିଥିଲା । ରାଇସ ମିଲ ଭିତରେ ଜୁଆ ଖେଳୁଥିବା ସମୟରେ ମିଲ ମାଲିକ ଶଙ୍କରଲାଲ ଅଗ୍ରୱାଲ, ତୁଷୁରାର ବିନୋଦ ଜୈନ, ଜଗଦମ୍ବା ରାଇସ ମିଲ ମାଲିକ ସୁନିଳ କେଡିଆ, ଯୋରାଡବରାର ଦୁଇଜଣ ଯୁବକଙ୍କୁ ପୋଲିସ କାବୁ କରିଥିବା ସୂଚନା ମିଳିଛି । ଚଢ଼ାଉବେଳେ ୬୪୩୯୦ ଟଙ୍କା, ଗୋଟିଏ କାର, ୬ ଗୋଟି ମୋବାଇଲ ଫୋନ, ୭ ପକେଟ ତାସମୁଠା ଜବତ କରିଥିବା ଜଣା ପଡିଛି । କେସିଙ୍ଗା ଏସ ଡ଼ି ପି ଓ ସନ୍ଦୀପ ମାଝୀଙ୍କ ସହିତ, ରାମପୁର ଥାନା ଅଧିକାରିଣୀ ସଂଯୁକ୍ତା ପଧାନ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ସମେତ ଅନ୍ୟାନ୍ୟ ପୋଲିସ ଦଳ ଥିବା ସୂଚନା ମିଳିଛି । ପୋଲିସ ୬୪ ହଜାର ତିନିଶହ ନବେ ଟଙ୍କା ଜବତ କରିଛନ୍ତି । ନିକଟରେ ଅମାଠ ଛକ ବେହେରା ରାଇସ ମିଲକୁ ପ୍ରଶାସନ ସିଲ କରିଥିବା ବେଳେ ଏହି ବାଲାଜୀ ରାଇସ ମିଲ ଭିତରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଧାନ ଚୋରାଚାଲାଣ ମିଲକୁ ଆସୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେଉଥିବା ଦେଖିବାକୁ ମିଳିଛି। ଏଣୁ ଏହି ରାଇସ ମିଲ ମାନଙ୍କୁ ମଧ୍ୟ ସିଲ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।