ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…
ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ବଳଭଦ୍ରଙ୍କୁ ହାତୀବେଶ କରାଯାଇଛି । ମଙ୍ଗଳ ଆଳତି ପରେ ଠାକୁରମାନଙ୍କ ବିଭିନ୍ନ ରୀତିନୀତି କରାଯାଇଥିଲା। ଏହାପରେ ପହଣ୍ଡି କରାଯାଇ ଠାକୁରମାନଙ୍କୁ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ।
ସ୍ନାନ ମଣ୍ଡପରେ ମଧ୍ୟ ଆଳତି କରାଯାଇଥିଲା । ୧୦୮ କଳସିରେ ସ୍ନାନ କରାଯିବା ପରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଗଜାନନ ବେଶ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତିଙ୍କ ଉପସ୍ଥିତରେ ପୁରହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଶର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ, ପୂଜକ ଅଚୁତ୍ୟ ପଣ୍ଡା ବିଭିନ୍ନ ପୂଜାର୍ଚ୍ଚନା କରିଥିଲେ।
କାଳୁ ଚରଣ ପଣ୍ଡା,ଚନ୍ଦ୍ରକାନ୍ତ ପଣ୍ଡା, ମାନସ ପଣ୍ଡା ଠାକୁରମାନଙ୍କୁ ଗଜାନନ ବେଶ କରାଇଥିଲେ। ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନ ଗହଳି ଲାଗିରହିଛି । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।