ଗୁରୁଣ୍ଡିଆରେ ବାଘ ଆତଙ୍କ: ପାଦ ଚିହ୍ନ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ

Jul 15, 2026 - 14:38
ଗୁରୁଣ୍ଡିଆରେ ବାଘ ଆତଙ୍କ: ପାଦ ଚିହ୍ନ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ

ସୁନ୍ଦରଗଡ,୧୫।୭ (ଦିଲ୍ଲୀପ କୁମାର ଭାରତୀ): ସୁନ୍ଦରଗଡ ଜିଲା ବଣେଇ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜ ଅଧୀନସ୍ଥ ଗୁରୁଣ୍ଡିଆ ଠାରେ ବାଘ ଆତଙ୍କ । ଘଟଣାରୁ ପ୍ରକାଶ ଯେ,ଗୁରୁଣ୍ଡିଆ ତହସିଲ ପଛ ପଟ ଅମଳଚୁଆଁ ବସ୍ତି ପାଖରେ ଥିବା ଚାଷ ଜମିରେ ଏକ ଗାଈ ମରି ପଡ଼ିଥିବା ଲୋକମାନେ ଦେଖିଥିଲେ । ପାଖକୁ ଯାଇ ଦେଖିବାବେଳେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ବନବିଭାଗକୁ ଖବର ଦିଆଯାଇଥିଲା। ରେଞ୍ଜର ପ୍ରୟାଗ ପ୍ରଧାନ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଈ ମାଲିକ ଅଗସ୍ତୁସ ଡୁଙ୍ଗଡୁଙ୍ଗଙ୍କୁ ଡକାଇ ଘଟଣାର ତଦନ୍ତ କରିଥିଲେ। ପାଦ ଚିହ୍ନ ଦେଖିଲାପରେ ଏହା ଏକ ଚିତା ବାଘ ବୋଲି ଅନୁମାନ କରାଯାଉଛି ଏବଂ ପାଖାପାଖି ଅଞ୍ଚଳରେ କ୍ୟାମେରା ଲଗାଯାଇଛି l ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ପ୍ରୟାଗ ପ୍ରଧାନ କହିଛନ୍ତି । ଏହି ଖବର ପ୍ରକାଶିତ ହେବାପରେ ଗୁରୁଣ୍ଡିଆ ଅଂଚଳରେ ଲୋକଙ୍କ ମନରେ କୋକୁଆ ଭୟ ଦେଖା ଦେଇଥିବା ଜଣାପଡିଛି ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।