ଗାଁ ଭିତରେ ପଶିଲେ ଭାଲୁ ପଲ, ଲୋକେ ଭୟଭୀତ ହୋଇ…

Jul 18, 2026 - 15:29
ଗାଁ ଭିତରେ ପଶିଲେ ଭାଲୁ ପଲ, ଲୋକେ ଭୟଭୀତ ହୋଇ…

ଝରିଗାଁ,୧୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମକାଚାଷ ବଢ଼ିବା ଫଳରେ ରହିଥିବା ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଯାହା ଫଳରେ ଜଙ୍ଗଲରେ ରହିଥିବା ହିଂସ୍ରଜନ୍ତୁ ପ୍ରାୟତଃ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇଥିବା ଦେଖାଦେଇଛି। ସପ୍ତାହେ ମଧ୍ୟରେ ଗୁରୁସିଙ୍ଗା ଜଙ୍ଗଲରୁ ଭାଲୁ ଖାଦ୍ୟ ସକାଶେ କୁସୁମୀ, ବଞ୍ଜିଆମ୍ବା, ସାପଗନ୍ଦା ଆଦି ଅଞ୍ଚଳରେ ଭାଲୁମାନଙ୍କ ଗତିବିଧି ବଢ଼ିଥିବା ଦେଖାଯାଇଛି। ଶନିବାର ଭୋର୍‌ରୁୁ ଜଙ୍ଗଲ ନିକଟରେ ଲାଗିଥିବା ମକା କ୍ଷେତ ଦେଇ ୩ ଭାଲୁ ଗାଁ ମୁହାଁ ହେଉଥିବା ନେଇ ଲୋକେ ଦେଖିଥିଲେ। ପରେ କିଛି ଲୋକ ସେହି ଭାଲୁମାନଙ୍କୁ ଜଙ୍ଗଲକୁ ଘୋଉଡ଼ାଇ ଦେଇଥିଲେ। କୁସୁମୀ ଗ୍ରାମରେ ନରହନ୍ତା ଭାଲୁ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରିକି ଲୋକେ ଦିନଦ୍ୱିପ୍ରହରରେ ଘରର ତାଟି କବାଟ ପକାଇ ଦେଉଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।