ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

Aug 05, 2026 - 19:57
ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସିପିଏମ ନେତା କମ୍ରେଡ ଲିଙ୍ଗରାଜ ପଲେଇଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ଦ୍ବାଦଶରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ବରିଷ୍ଠ ସିପିଏମ ନେତା ରାମ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ ।

ଉପସ୍ଥିତ ରହିଥିବା ନେତୃତ୍ୱ ମଣ୍ଡଳୀ ତାଙ୍କର ସ୍ମୁତି ଚାରଣ କରିବା ସହ ତାଙ୍କର ଗୁଣ ଗାନ କରିଥିଲେ । ସେ ଖଣ୍ଡଦେଉଳି ପଂଚାୟତରୁ ସି ପି ଏମ ଦଳ ସମର୍ଥନରେ ୨୦ ବର୍ଷ ଅର୍ଥାତ ୪ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେ କ୍ଷେତ ମୁଲିଆରୁ ସରପଞ୍ଚ ହୋଇଥିଲେ, ଅନେକ ଚାଷୀ ଆନ୍ଦୋଳନରେ ଜଡିତ ଥିଲେl । ଖଣ୍ଡଦେଉଳି ପଂଚାୟତରେ ହାଇସ୍କୁଲ ଓ କଲେଜ ପ୍ରତିଷ୍ଠା କରିବାରେ ଅନ୍ୟତମ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତାମାନେ କହିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ, କୈଳାଶ ଷଡ଼ଙ୍ଗୀ, ଗଞ୍ଜାମ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଦିଲୀପ ଛୋଟରାୟ, ବଂଶୀଧର ଗୌଡ଼, ଅଭିରାମ ବେହେରା, ରାମ ଚନ୍ଦ୍ର ଗୌଡ଼, ହରିକୃଷ୍ଣ ରେଡ୍ଡୀ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ପୂର୍ବତନ ବିଜେଡି ବିଧାୟକ ସୁବାଷ ବେହେରା, ପ୍ରଶାନ୍ତ କର, ସିପିଆଇ ନେତା ଭାସ୍କର ପାତ୍ର ଖଣ୍ଡଦେଉଳି ସରପଞ୍ଚ ବୈରାଗୀ ବେହେରା ଓ ଅଜୟ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।