କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ଦେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍
ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ‘ୱିଣ୍ଡଫଲ ଟ୍ୟାକ୍ସ’ (Windfall Tax) ରେ ପୁଣିଥରେ ପରିବର୍ତ୍ତନ କରିଛନ୍ତି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ଅଗଷ୍ଟ ୩ ତାରିଖ ଅର୍ଥାତ୍ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା କର ପୂର୍ବ ଅପେକ୍ଷା ଅଧିକ ପରିମାଣରେ ଦେବାକୁ ପଡ଼ିବ। ବିଶ୍ୱ ବଜାରରେ କଞ୍ଚା ତେଲର ମୂଲ୍ୟ, ରପ୍ତାନି ମାର୍ଜିନ ଏବଂ ତେଲ କମ୍ପାନୀଗୁଡ଼ିକର ମୁନାଫାକୁ ଆଖିଆଗରେ ରଖି ସରକାର ସମୟ ସମୟରେ ଏହି ନିଷ୍ପତ୍ତି ନେଇଥାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।