କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

Jul 21, 2026 - 17:02
କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ:  ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା  କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାଝିଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳରୁ ପ୍ରାୟ ୨୦୦ ଜଣ କର୍ମୀ ନିଜ ନିଜର ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ନୂତନ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ରାୟଗଡ଼ା ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ପୂର୍ବତନ ଏମ୍ ପି ପ୍ରାର୍ଥୀ କାଳୀ ମାଝୀ, ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶ୍ୱିନୀ କୋଞ୍ଚାଡ଼ା ଏବଂ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଉମେଶ ଖୋସଲା ପ୍ରମୁଖ ଯୋଗଦେଇ ନୂତନ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସଂଗଠନକୁ ମଜବୁତ କରିବା ନେଇ ବକ୍ତବ୍ୟ ରଖିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜିଲା ସାଧାରଣ ସମ୍ପାଦକ ଭିକାରୀ ନାହକ, ଜିଲା ଉପସଭାପତି ଦୁଷ୍ମନ୍ତ ସିଂହଦେଓ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରାଜିତା କୋରାଡ଼ା ପ୍ରମୁଖ ଉପସ୍ଥିତ ରହି ଦଳୀୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ମଣ୍ଡଳ ସାଧାରଣ ସମ୍ପାଦକ କେଶରୀ ଭତ୍ରାଙ୍କ ସମେତ  ଭାଜପାର ସମସ୍ତ ମଣ୍ଡଳ କମିଟି ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏତେ ସଂଖ୍ୟକ କର୍ମୀଙ୍କ ଯୋଗଦାନ ଆଗାମୀ ଦିନରେ ସେରିଗୁମା ପଞ୍ଚାୟତ ତଥା ସମଗ୍ର ମାଝିଗୁଡ଼ା ମଣ୍ଡଳରେ ଭାଜପା ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।