ଓଲଟିଲା ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି, ୬ ଆହତ

Jul 03, 2026 - 11:28
ଓଲଟିଲା ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି, ୬ ଆହତ

ଶ୍ରୀନଗର,୩ା୭: ଜମ୍ମୁ-କଶ୍ମୀରର ଗାଣ୍ଡେରବଲ ଜିଲାର ସୋନମାର୍ଗ ଅଟଳ ସୁଡ଼ଙ୍ଗ ନିକଟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ମୋଟ୍‌ ୬ ଜଣ ଯବାନ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରୀୟ କଶ୍ମୀର ଜିଲାର ଶ୍ରୀନଗର-ଲେହ ଜାତୀୟ ରାଜପଥର ସୋନମାର୍ଗ ସୁଡ଼ଙ୍ଗ ନିକଟରେ ସିଆର୍‌ପିଏଫ୍‌ ଗାଡ଼ିଟି ରାସ୍ତାରୁ ଖସି ଓଲଟି ପଡ଼ିଛି। ଅଧିକାରୀମାନେ କହିଛନ୍ତି, ଆହତ କର୍ମଚାରୀଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ ଗୁଣ୍ଡର ସିଆର୍‌ପିଏଫ ଶିବିରକୁ ନିଆଯାଇଥିଲା। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି।

Dharitri – Odisha’s No.1 Odia Daily